Home କୋରାପୁଟ ରାସ୍ତା ପାଇଁ କୋଲାବ ଗ୍ରାମବାସୀଙ୍କ ଦାବି

ରାସ୍ତା ପାଇଁ କୋଲାବ ଗ୍ରାମବାସୀଙ୍କ ଦାବି

201

କୋରାପୁଟ ୦୨-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଅନେକ ଥର ପକ୍କାରାସ୍ତା ପାଇଁ ଦାବି କରିବା ପରେ ମଧ୍ୟ ସେମାନଙ୍କ ଗାଁକୁ ସବୁ ଦିନିଆ ରାସ୍ତାଟିଏ ହୋଇ ପାରି ନାହିଁ। ଫଳରେ ୪ଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି, ସରକାରଙ୍କ କୌଣସି ଯୋଜନା ଗାଁରେ ପହଂଚି ପାରୁନି କି ରୋଗୀ ଓ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ମିଳି ପାରୁନି। ଆସନ୍ତା ନିର୍ବାଚନ ପୂର୍ବରୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନକଲେ ୪ଖଣ୍ଡ ଗାଁର ଲୋକେ ଭୋଟ ବର୍ଜନ କରିବେ ବୋଲି କୋଲାବ୍ ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଡୁମୁରିଗୁଡା, ଘାଟଗୁଡା, ଚଣ୍ଡାଳଗୁଡା ଓ କୋଲାବ୍ ଗ୍ରାମବାସୀ ଶନିବାର ଜିଲାପାଳଙ୍କୁ ଲିଖିତ ଭାବେ ଏପରି ଦାବିପତ୍ର ପ୍ରଦାନ କରିଛନ୍ତି। ବିକ୍ରମ ମାଝି, ମହେଶ୍ୱର ମାଳି, ଶିବ ମାଳି, ଅଭି ମାଳି, ମଧୁ ମୁଦୁଲି, ହରି ମୁଦୁଲି, ଡମ୍ବରୁ ଗୌଡ ପ୍ରମୁଖ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୋଲାବ ଠାରୁ କୋରାପୁଟକୁ ସବୁ ଦିନିଆ ରାସ୍ତା ପାଇଁ ଅନେକ ବର୍ଷରୁ ଦାବି କରା ଯାଉଛି। ହେଲେ ସରକାର କିମ୍ବା ପ୍ରଶାସନ ସେଥିପ୍ରତି ଗୁରୂତ୍ୱ ଦେଉନାହାନ୍ତି। ଫଳରେ ଏହି ଅଂଚଳରେ ରହୁଥିବା ୪ଟି ଗ୍ରାମର ୫ଶହରୁ ଉର୍ଦ୍ଧ୍ୱ ଲୋକ ଏକ ପ୍ରକାର ବିଚ୍ଛିନାଂଚଳ ବାସୀ ଭାବେ ଜୀବନ ବିତାଉଛନ୍ତି। ଗମନା ଗମନର ସୁବିଧା ନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ଆସନ୍ତି ନାହିଁ, ତେଣୁ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଂଚିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ମଧ୍ୟ ଲୋକେ ଠିକ ଭାବେ ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ନିର୍ବାଚନ ଆଗରୁ ପକ୍କା ରାସ୍ତା କାମ ଆରମ୍ଭ କରାନଗଲେ ସମସ୍ତେ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.