Home ଜିଲ୍ଲା ପରିକ୍ରମା ବରିଷ୍ଠ ଅଧିବକ୍ତା କଲ୍ୟାଣ ଚାନ୍ଦଙ୍କୁ ଭଦ୍ରକ ଓକିଲ ସଂଘର ଶ୍ରଦ୍ଧାଞ୍ଜଳି

ବରିଷ୍ଠ ଅଧିବକ୍ତା କଲ୍ୟାଣ ଚାନ୍ଦଙ୍କୁ ଭଦ୍ରକ ଓକିଲ ସଂଘର ଶ୍ରଦ୍ଧାଞ୍ଜଳି

13

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଅଧିବକ୍ତା କଲ୍ୟାଣ ଚାନ୍ଦଙ୍କ ବିୟୋଗରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସଂଘର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଅରୁଣ ଚାନ୍ଦ, ସଂଘର ସାଧାରଣ ସଂପାଦକ ଜିତେନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ପ୍ରଫୁଲ୍ଲ ପାଢ଼ି, ସନ୍ତୋଷ ଆଚାର୍ଯ୍ୟ, ଶଶୀଭୂଷଣ ପଣ୍ଡା(କ), ପ୍ରପୁଲ୍ଲ ସାମଲ, ବିଜନ ଜେନା, ଅକ୍ଷୟ ମଲିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିଶିକାନ୍ତ ନାୟକ, ସୂର୍ଯ୍ୟକାନ୍ତ କୁଅଁର, ନିକୁଞ୍ଜ ପୁହାଣ, ସୌମଭ ଦେ, ଅଶୋକ ନାୟକ, ସଂଜୟ ନାୟକ, ଅଭୟ ସେଠୀ, ଶରତ ମହାକୁଡ଼ ପ୍ରମୁଖ ସ୍ୱର୍ଗତଃ ଚାନ୍ଦଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଚାନ୍ଦ ଜଣେ ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଥିଲେ । ଚାରି ପିଢ଼ୀ ଧରି ଓକିଲାତି ବ୍ୟବସାୟରେ ତାଙ୍କ ପରିବାର ନିୟୋଜିତ ଥିଲେ । ତାଙ୍କର ଜେଜେ ବାପା ହେମେନ୍ଦ୍ର ନାଥ ଚାନ୍ଦ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠ ଆଇନଜୀବୀ ଥିଲେ । ଏବଂ ତାଙ୍କର ପିତା ନବୀନ କୃଷ୍ଣ ଚାନ୍ଦ, ଭଦ୍ରକର ଜଣେ ବରିଷ୍ଠ ଆଇନଜୀବୀ ସହିତ ନ୍ୟାୟବନ୍ତ ବ୍ୟକ୍ତି ଭାବେ ପରିଚିତ ôତଲେ । ସ୍ୱର୍ଗତ ଚାନ୍ଦ ଭାରତୀୟ ବାୟୁସେନାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିବାବେଳେ, ତାଙ୍କ କନିଷ୍ଠ ଭ୍ରାତା ସ୍ୱର୍ଗତ ବିଧାନ କୁମାର ଚାନ୍ଦ ଭିଜିଲାନ୍ସ ଜଜ୍ ଥିଲେ । ସ୍ୱର୍ଗତ ଚାନ୍ଦ ଏକ ଜମିଦାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ବାୟୁସେନାରୁ ଅବସର ନେବା ପରେ ନିଜର ଜନ୍ମ ମାଟି ବାଉଦପୁରରେ ନିଜ ମା’ଙ୍କ ସହ ରହିବା ସହିତ ପିତାଙ୍କ ପଦାଙ୍କ ଅନୁସରଣ କରି ଓକିଲାତି ବ୍ୟବସାୟ ଚଳାଇଥିଲେ । ଆଇନଜୀବୀମାନଙ୍କ ସୁରକ୍ଷା ତଥା କଲ୍ୟାଣ ପାଣ୍ଠି ପାଇଁ ସେ ଏକ ପ୍ରୟାସ ଆରମ୍ଭ କରିଥିଲେ । ସୁବିଧା ଅସୁବିଧା ସମୟରେ ସେ ଆଇନଜୀବୀମାନଙ୍କୁ ସହାୟତା ଯୋଗାଉଥିଲେ । ତାଙ୍କର ଏକମାତ୍ର ପୁତ୍ର ଦିଲ୍ଲୀରେ ଲ ଫାର୍ମ କରିଥିବାବେଳେ, ଏକମାତ୍ର କନ୍ୟା ଜଣେ ପ୍ରମୂୁଖ ଖବରକାଗଜର ସାମ୍ବାଦିକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.