Home ଜିଲ୍ଲା ପରିକ୍ରମା ସ୍ୱର୍ଣ୍ଣିମ ବିଜୟ ବର୍ଷ ଉତ୍ସବ ରୁ ଫେରିଥିବା ୪ ସାମରିକ ସୈନିକଙ୍କୁ ସ୍ୱାଗତ

ସ୍ୱର୍ଣ୍ଣିମ ବିଜୟ ବର୍ଷ ଉତ୍ସବ ରୁ ଫେରିଥିବା ୪ ସାମରିକ ସୈନିକଙ୍କୁ ସ୍ୱାଗତ

65

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୧ ମସିହା ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଠାରେ ପାଳିତ ୨ ଦିନିଆ ସ୍ୱର୍ଣ୍ଣିମ ବିଜୟ ବର୍ଷ ଉତ୍ସବରେ ଓଡ଼ିଶା ରାଜ୍ୟ ତମାମ ଅନୁଭବି ସୈନିକମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିଲା । ଓଡ଼ିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାରୁ ୪ ଜଣ ଉକ୍ତ ଯୁଦ୍ଧ ଅନୁଭବି ସୈନିକ ଜିଲ୍ଲା ପ୍ରଶାସନ ଦ୍ୱାରା ପରିବହନ ବ୍ୟବସ୍ଥାରେ ଗତ ୨୯ ରେ ଭୁବନେଶ୍ୱରକୁ ଗମନ କରିଥିଲେ । ସେମାନେ ହେଲେ ବାସୁଦେବପୁର ଏଡ଼ତାଳର ପୂର୍ବତନ ସର୍ଜେଣ୍ଟ ନିତ୍ୟାନନ୍ଦ ପଲାଇ । ଯିଏ ୧୬-୦୧-୧୯୬୭ରେ ସାମାରିକ ସେବାରେ ପ୍ରବେଶ କରି ୦୧-୦୨-୧୯୮୮ ପର୍ଯ୍ୟନ୍ତ ୨୧ ବର୍ଷ ଦେଶ ସେବା କରିଥିଲେ । ସେହି ଏଡ଼ତାଳର ପ୍ରାଣବନ୍ଧୁ ପଲାଇ ୧୦-୦୮-୧୯୬୭ ରୁ ୩୧-୮-୨୦୦୨ ପର୍ଯ୍ୟନ୍ତ ୩୫ ବର୍ଷ, ଚାଲୁଣି ଗାଁ, ବେତଡ଼ାର ହାବିଲଦାର ଖଗେନ୍ଦ୍ର ପ୍ରସାଦ ରଥ ୧୭-୯-୧୯୬୫ ରୁ ୩୧-୭-୧୯୮୭ ପର୍ଯ୍ୟନ୍ତ ୨୧ ବର୍ଷ ଏବଂ ଇଟାଗଡ଼ି, ଜୟପୁର ର ସୁବେଦାର ରବୀନ୍ଦ୍ର ନାଥ ଖଟୁଆ ୨୦-୧୨-୧୯୬୨ ରୁ ୩୧-୧୨-୯୦ ପର୍ଯ୍ୟନ୍ତ ୨୭ବର୍ଷ ଦେଶ ସେବାରେ ସାମାରିକ ସୈନିକ ଭାବେ ନିୟୋଜିତ ଥିଲେ । ଭୁବନେଶ୍ୱରରେ ସେମାନଙ୍କ ପାଇଁ ୩୦-୧୦-୨୧ ଦିନ ଅପରାହ୍ନରେ ରାଜଭବନରେ ଓ ୩୧-୧୦-୨୧ ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ସମ୍ବର୍ଦ୍ଧନା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚବା କ୍ଷଣି ସସମ୍ମାନେ ସେମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଏବଂ ଉପଜିଲ୍ଲାପାଳ ପୀତାମ୍ବର ସାମଲ ମଧ୍ୟ ଉପସ୍ଥିତ ଥିଲେ । ବୟସର ଅପରାହ୍ନରେ ସେମାନଙ୍କ ତ୍ୟାଗ ପାଇଁ ସରକାରଙ୍କ ଦ୍ୱାରା ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ସେମାନଙ୍କୁ ଗର୍ବିତ ଏବଂ ଖୁସି ପ୍ରଦାନ କରିଛି ବୋଲି ପ୍ରକାଶ କରିଥିଲେ । ସାରା ରାଜ୍ୟରୁ ୧୫୪ ଅନୁଭବୀ ସୈନିକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ବୋଲି ମଧ୍ୟ ସେମାନେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.