Home ଜିଲ୍ଲା ପରିକ୍ରମା ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’

ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’

142

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସାହିତ୍ୟ ସମାଜର ୧୧୯ତମ ସାମ୍ବତ୍ସରିକ ଉତ୍ସବରେ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି । ଡାକ୍ତର ଦାସଙ୍କ ବହୁବିଧ ବିଜ୍ଞାନ ଭିତ୍ତିକ ସାରସ୍ୱତ ସାଧନାକୁ ବିଚାରକୁ ନେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଜ୍ଞାନର ଜଟିଳ ତତ୍ତ୍ୱ, ତଥ୍ୟକୁ ସରଳ ଓ ହୃଦୟସ୍ପର୍ଶୀ କରି ଡାକ୍ତ ଦାସ ରଚନା କରିଛନ୍ତି ‘ମନ୍ତ୍ର ମହୋତ୍ସବ’, ‘ଅନେଶ୍ୱାର ଅଧିକାର’, ‘ଶବ୍ଦର ସବ୍ୟସାଚୀ’, ‘ମୁଁ ଏଚ୍‌.ଆଇ.ଭି. କହୁଛି’ ଓ ‘ମୁଁ ଜମା ମରିବିନି’ ଭଳି କଳ୍ପ-ବିଜ୍ଞାନ-ଗଳ୍ପଗ୍ରନ୍ତ । ଶିଶୁ କିଶୋରଙ୍କ ବୈଜ୍ଞାନିକ ଚେତନାର ସଂପ୍ରସାରଣ ପାଇଁ ତାଙ୍କ ଲିଖିତ ‘ନକ୍ଷତ୍ର ବିଜୟ’ ଓ ‘ଶହିଦ୍‌ଙ୍କ ଶୋଭାଯାତ୍ରା’ ପୁସ୍ତକ ଦୁଇଟିରୁ ଗୋଟିଏ ଗୋଟିଏ ନିବନ୍ଧ ସିବିଏସ୍‌ଇ ପାଠ୍ୟକ୍ରମରେ ସ୍ଥାନିତ ହୋଇଛନ୍ତି । ଓଡ଼ିଆ ସାହିତ୍ୟରେ ନବରସ ଆଧାରିତ ବହୁ କାବ୍ୟ କବିତା ଥିଲେ ବି ତାର ବୈଜ୍ଞାନିକ – ବୀ – ବିଶ୍ଳେଷଣର ଏକମାତ୍ର ପୁସ୍ତକ ହୋଉଛି ଡାକ୍ତର ଦାସଙ୍କ କୃ ‘ରସ-ବିଜ୍ଞାନ’ । ସେହିପରି ପୁସ୍ତକ ‘ସଂଭୋଗ ସଂହିତା’, ‘ନନ୍ଦନ ନୈବେଦ୍ୟ’, ‘ପ୍ରେସ୍‌କ୍ରିପ୍‌ସନ’, ‘କରୋନା କବର’ ଭଳି ବହୁ ଭିନ୍ନ ଭିନ୍ନ ସ୍ୱାଦର ପୁସ୍ତକ ଡାକ୍ତର ଦାସଙ୍କ ଦ୍ୱାରା ରଚିତ ହୋଇଛି । ଡାକ୍ତର ଦାସ ମଧ୍ୟ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୂର୍ବରୁ ‘ଜନପ୍ରିୟ ଶ୍ରେଷ୍ଠ ବିଜ୍ଞାନ ଲେଖକ’ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.