Home ଜିଲ୍ଲା ପରିକ୍ରମା ଘରୋଇ ମେସ୍‌ରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୋଇ ମେସ୍‌ରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

18

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନ ପୁଲିସ୍ ଏକ ଘରୋଇ ମେସ୍‌ରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ସାହାଡା, ହରିପୁର ଅଂଚଳର ପୂଜାରାଣୀ ମଲ୍ଲିକ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରେ। ଗତ ଏକମାସ ହେବ ସେ ଜଗନ୍ନାଥପୁରର ଏକ ଘରୋଇ ମେସ୍‌ରେ ଭଡାରେ ରହିଆସୁଥିଲେ। ତେବେ ସୋମବାର ଦିନ କୌଣସି କାରଣରୁ ସେ ନିଜ ରୁମ୍‌ର ଭିତରପଟୁ କବାଟ ଦେଇ ନିଜ ଓଢଣୀ ସାହାଯ୍ୟରେ ଫାଶୀ ଦେଇଥିଲେ। ମେସ୍ ମାଲିକ ଏହା ଦେଖି ସହରାଞ୍ଚଳ ଥାନା ପୁଲିସ୍‌କୁ ଖବର ଦେବା ସହ ତାଙ୍କ ପରିବାରକୁ ଜଣାଇଥିଲେ। ସହରାଞ୍ଚଳ ଥାନା ପୁଲିସ୍ ଆଜି ଉକ୍ତ ମେସ୍‌ରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକେ ତାଙ୍କ ଝିଅକୁ ଜଣେ ଯୁବକ ପ୍ରେମ ନିବେଦନ କରିବା ସହ ହଇରାଣ ହରକତ କରୁଥିବାରୁ ସେ ଆତ୍ମହତ୍ୟା କରିଛି ବୋଲି ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.