Home ଜିଲ୍ଲା ପରିକ୍ରମା ବରଗଡା ସେବା ସମବାୟ ସମିତିରେ ଋଣ ଜାଲିଆତି ପ୍ରସଙ୍ଗ ତେଜିଲା, ଅଫିସରେ ତାଲା, ସମ୍ପାଦକଙ୍କ ବିରୁଦ୍ଧରେ...

ବରଗଡା ସେବା ସମବାୟ ସମିତିରେ ଋଣ ଜାଲିଆତି ପ୍ରସଙ୍ଗ ତେଜିଲା, ଅଫିସରେ ତାଲା, ସମ୍ପାଦକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ ଧାରଣାରେ ବସିଲେ ଚାଷୀ

21

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରଗଡା ସେବା ସମବାୟ ସମିତିର ଋଣ ଜାଲିଆତି ପ୍ରସଙ୍ଗ ଦିନକୁ ଦିନ ଉଗ୍ରରୂପ ନେଇ ଅଫିସରେ ତାଲା । ସମ୍ପାଦକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ସ୍ଥିତ ବରଗଡା ସେବା ସମବାୟ ସମିତିର ସମ୍ପାଦକ ଅଶୋକ ବସନ୍ତିଆ ଚାଷୀଙ୍କ ନାମରେ ୠଣ ଜାଲିଆତି କରିନେଇଥିବା ଅଭିଯୋଗ କରି ୨୬ ତାରିଖ ଶତାଧିକ ଚାଷୀ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ତଦନ୍ତ ଦାବି କରିଥିଲା ବେଳେ ପୁଣି ଶତାଧିକ ଚାଷୀଙ୍କ ପକ୍ଷରୁ ସମିତିରେ ଚାବି ପକାଇ ଧାରଣାରେ ବସିବା ସହ୧୪ଶହ ଚାଷୀଙ୍କ ଭିତରୁ କେତେଜଣଙ୍କ ନାମରେ ମିଥ୍ୟା ରୁଣ ହୋଇଛି ଓ ଅଫିସ୍ ରେଜିଷ୍ଟର ବହାରକୁ ଆସିଲା କିପରି ତାହାର ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲାପାଳ ବା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ସେପଟେ କିଛିଦିନ ପୂର୍ବରୁ ଧାରଣାରେ ବସିଥିବା ଚାଷୀମାନେ ଆର୍ôଥକ କାରବାର ଦୁର୍ନୀତିର ଅଭିଯୋଗ ଆଣି ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ୭ଟି ରାଜସ୍ୱ ଗ୍ରାମରକୁ ନେଇଁ ଏହି ସମିତିରେ ପ୍ରାୟ ୧୪ଶହ ଜଣ ଚାଷୀ ଅଛନ୍ତି । ସେଥିମଧ୍ୟରୁ ୯ ଶହ ୫୦ ଜଣ ଚାଷୀ ପ୍ରତିବର୍ଷ ବିଭିନ୍ନ ପ୍ରକାର ୠଣ ନେଇଥାନ୍ତି ।
ଅନ୍ୟ ୪ଶହ ୫୦ ଜଣ ଚାଷୀ ସେବା ସମବାୟ ସମିତିକୁ ଆସିନାହାନ୍ତି କିମ୍ବା ସମିତିରୁ ଋଣ ନେବା ଦୂରର କଥା ସେମାନେ ଅଫିସ୍ ବି ଦେଖିନାହାନ୍ତି । ହେଲେ ଯେଉଁ ଚାଷୀ ସେବା ସମବାୟ ସମିତିକୁ ଆସିନାହାନ୍ତି ସେମାନଙ୍କ ନାମରେ ସମ୍ପାଦକ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ୠଣ କରି ଉଠାଇ ନେଇଥିବା କୌଣସି ସୂତ୍ରରୁ ଚାଷୀ ଖବର ପାଇଥିଲେ । ଏନେଇ ଚାଷୀମାନେ ଅସନ୍ତୋଷ ହେବା ସହ ଦ୍ରୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ ଦାବି କରିଥିଲେ । ସେହିପରି ଯେଇଁ ଚାଷୀ ସମବାୟ ସମିତିରୁ ଋଣ ନେଇଛନ୍ତି ସେମାନଙ୍କ ଋଣ ଖାତା ବା ସଞ୍ଚୟ ଖାତା ଏବଂ ଚେକ୍ ବହି ବର୍ଷ ବର୍ଷ ଧରି ଦିଆ ଯାଉନାହିଁ । ସମିତିରେ ଚାଷୀଙ୍କ ଖାତା ରଖାଯାଇ ସେମାନଙ୍କର ଖାତା ଋଣ ଟଙ୍କାର ପରିମାଣ ବଢାଇ ଦିଆଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବଦିନ ସେବା ସମବାୟ ସମିତିର ସମ୍ପାଦକ ସମିତି ଭିତରେ ପସି କିଛି କାଗଜ ପତ୍ର ଚୋରି କରିନେଇଥିବା ଅଭିଯୋଗରେ ସମ୍ପାଦକଙ୍କ ନାମରେ ଧୂଷୁରୀ ଥାନାରେ ଉକ୍ତ ସମିତିର ଆସିଷ୍ଟାଣ୍ଡ ସେକ୍ରେଟେରୀ ଏତଲା ଦେଇଥିବା ଜଣାଯାଇଛି । ତେବେ ଏହି ସମବାୟ ସମିତିରେ ଅଣ ଚାଷୀ ବା ଜିମିହୀନ ଚାଷୀଙ୍କୁ ବିଭିନ୍ନ ଉପାୟରେ ପ୍ରାୟ ତିନି କୋଟି ଟଙ୍କା ଜାଲିଆତି ହୋଇଥିବା ନେଇ ପ୍ରତିବାଦରେ ଶତାଧିକ ଚାଷୀ ସମିତି ଆଗରେ ରୁଣ୍ଡ ହୋଇ ହୋହାଲ୍ଲା କରିବା ସହ ଘଟଣାର ନୀରପେକ୍ଷ ତଦନ୍ତ କରି ସମ୍ପାଦକଙ୍କ ବିରୁଦ୍ଧର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.