Home ଜିଲ୍ଲା ପରିକ୍ରମା ବନ୍ୟାରେ ମାଛ ପୋଖରୀ ଧୋଇଗଲା, ଚାଷୀ ହତାଶ

ବନ୍ୟାରେ ମାଛ ପୋଖରୀ ଧୋଇଗଲା, ଚାଷୀ ହତାଶ

84

ହାଟଡିହି -୩୦ । ୮ : (ଓଡିଆପୁଅ) ଗ୍ରୁପଋଣ କରି ମାଛ ଚାଷ କରିଥିଲେ ସୁରେନ୍ଦ୍ର ହେଲେ ଚଳିତ ବନ୍ୟାରେ ତାଙ୍କର ସବୁତକ ମାଛଚାଷ ଓ ରଖାଯାଇଥିବା ମାଛ ଖାଦ୍ୟ ସବୁ ଉଜୁଡି ଯାଇଛି । ବିଚରା ସୁରେନ୍ଦ୍ର ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ସୁରେନ୍ଦ୍ର ବାରିକ ଦୁଇବର୍ଷ ହେବ ମନରେଗା ଯୋଜନାରେ ଏକ “ମୋ ପୋଖରୀ” ଆଣି କାର୍ଯ୍ୟଶେଷ କରିବା ସହିତ ମାଛଚାଷ କରିଥିଲେ । ବ୍ଲକ ପକ୍ଷରୁ ଆଜି ପର୍ଯ୍ୟନ୍ତ ତାଙ୍କର ବକେୟା ପାଉଣା ମିଳିନାହିଁ । ନିୟମିତ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇôତଲେ ମଧ୍ୟ ତାଙ୍କର ବକେୟା ପାଉଣା ଆଜି ପର୍ଯ୍ୟନ୍ତ ମିଳିପାରିଲାନି । ଅନପକ୍ଷରେ ଗ୍ରୁପଲୋକ ମାଧ୍ୟମରେ ୨୦ହଜାର ଟଙ୍କାର ମାଛ ଚାଷ କରିଥିବାବେଳେ ବୈତରଣୀ ବନ୍ୟାରେ ପୋଖରୀଟି ସମ୍ପୁର୍ଣ୍ଣ ବୁଡିଯିବା ସହିତ ତା ଉପରେ ୩/୪ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେବାଦ୍ୱାରା ସମ୍ପୁର୍ଣ୍ଣ ମାଛ ପଳାଇଲେ ଓ ମାଛପାଇଁ ରଖିଥିବା ୧୫ହଜାରରୁ ଉର୍ଦ୍ଧ ଟଙ୍କାର ମାଛ ଖାଦ୍ୟ ସବୁ ନଷ୍ଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ ତାଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରାଯାଇ କ୍ଷତିପୁରଣ ଦିଆଗଲେ ସେ ପୁଣିଥରେ ମାଛଚାଷ କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.