Home କେନ୍ଦୁଝର ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ପ୍ରତିନିଧି ମଣ୍ଡଳୀ, ନଦୀବନ୍ଧ ନିର୍ମାଣ ଉପରେ ଗୁରୁତ୍ୱାରୋପ (ଫଟୋ)

ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ପ୍ରତିନିଧି ମଣ୍ଡଳୀ, ନଦୀବନ୍ଧ ନିର୍ମାଣ ଉପରେ ଗୁରୁତ୍ୱାରୋପ (ଫଟୋ)

67

ହାଟଡିହି -୩୦ । ୮ :(ଓଡିଆପୁଅ) ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ବିଜେପିର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ପୁର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି, ପୁର୍ବତନ ସାଂସଦ ଅନନ୍ତ ନାୟକ, ମହେଶ୍ୱର ସାହୁ, ଆଲୋକ ସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ, ଯଜ୍ଞ ପ୍ରସାଦ, ସୁମତୀ ଜେନା, ବିଜୟ ରାଉତ, ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ବଳଭଦ୍ର ବାରିକ, ରମାକାନ୍ତ ନାୟକ, କୈଳାଶ ସାମଲ, ଟୁକୁନା ମହାନ୍ତ, ଅନାଦ ସାହୁ, ଶଶିକାନ୍ତ ରାଉତଙ୍କ ସହ ପ୍ରମୁଖ କର୍ମକର୍ତ୍ତା ହରମୋହନ ଶାସିନି, ସରୋଜ ସାହୁ, ଅଧର ବେହେରା, ମଣି ଜେନା, ତୃପ୍ତୀମୟୀ ଜେନା, ନିକୁଞ୍ଜ ବିହାରୀ ଦାସ ପ୍ରମୁଖ ଆଇତିପୁର ପଞ୍ଚାୟତର ରାଘବପୁର, ନୁଆଗାଁ ଗ୍ରାମ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ରାଘବପୁର ଠାରୁ ବଳିପୁର ପର‌୍ୟ୍ୟନ୍ତ ନଦୀବନ୍ଧ ନିର୍ମାଣର ତୁରନ୍ତ ଆବଶ୍ୟକତା ଥିବାବେଳେ ଆମ୍ବୋଠାରୁ ସମଣା ପର‌୍ୟ୍ୟନ୍ତ ନଦୀବନ୍ଧକୁ ତୁରନ୍ତ ନିର୍ମାଣ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ଉପସ୍ଥାପିତ କରିଥିଲେ । ସେହିପରି ବେଲେଇନାଳରେ ବାଲି ପୋତି ହୋଇଯାଇଥିବା ଯୋଗୁଁ ଜଳନିସ୍କାସନରେ ବାଧା ସୃଷ୍ଟି ହୋଉଥିବାରୁ ତୁରନ୍ତ ଜେସିପି ମେସନି ଦ୍ୱାରା ବାଲିକୁ ନିସ୍କାସନ କରିବାର ଆବଶ୍ୟକତା ଅଛି । ସେହିପରି ବନ୍ୟାପ୍ଲାବିତ ଅଞ୍ଚଳରେ ପାନୀୟଜଳର ସଙ୍କଟ ଦେଖାଦେଇଥିବାରୁ ତୁରନ୍ତ ନଳକୂପ ଗୁଡିକ ବିଶୋଧନ କରାଯାଇ ପାନୀୟଜଳର ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଚଳିତବନ୍ୟାରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବାରୁ ଚାଷୀ ମାନଙ୍କୁ ଋଣଛାଡ କରିବା ସହିତ ଭାଙ୍ଗି ଯାଇଥିବା ଘର ଗୁଡିକୁ ଚିହ୍ନଟ କରି ଗୃହ ପ୍ରଦାନ କରିବ ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.