Home କେନ୍ଦୁଝର ବୈତରଣୀରେ ବନ୍ୟା, ହାଟଡିହି ବ୍ଲକର ୨ଟି ଗାଁ ଜଳବନ୍ଦୀ, ବାଲିପଦା ଗ୍ରାମବାସୀଙ୍କୁ ସ୍ଥାନାନ୍ତର,ହାଟଡିହି -ସମଣା ରାସ୍ତାରେ...

ବୈତରଣୀରେ ବନ୍ୟା, ହାଟଡିହି ବ୍ଲକର ୨ଟି ଗାଁ ଜଳବନ୍ଦୀ, ବାଲିପଦା ଗ୍ରାମବାସୀଙ୍କୁ ସ୍ଥାନାନ୍ତର,ହାଟଡିହି -ସମଣା ରାସ୍ତାରେ ଚାଲିଲା ପାଣିଞ୍ଚ

42

ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ୟାସ ର ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଫଳରେ ଏବେ ବୈତରଣୀ ନଦୀରେ ବନ୍ୟା ଆସିଛି । ଯାହାକୁନେଇ ହାଟଡିହି ବ୍ଲକର ୯ଟି ପଞ୍ଚାୟତର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷକରି ଆଜି ଅପରାହ୍ନ ୪ଟାବେଳେ ବନ୍ୟାଜଳ ଆଇତିପୁର ପଞ୍ଚାୟତର ରାଘବପୁର ଗାଁ ଚାରିପଟେ ଘେରିଯିବାରୁ ଗାଁ ଲୋକମାନେ ପାଣିଘେରରେ ରହିଯାଇଛନ୍ତି । ସେହିପରି ହାବଳେଶ୍ୱର ପଞ୍ଚାୟତର ବୈତରଣୀ ନଦୀ ଭିତରେ ରହିଥିବା ବାଲିପଦା ଗ୍ରାମଟି ପାଣିଘେରରେ ରହିଯିବାରୁ ଏହି ଗ୍ରାମର ୮୦ଜଣଙ୍କୁ ନିକଟସ୍ଥ ଗାଁକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଆଖପାଖ ଘରେ ରଖଯାଇଥବବା ସରପଞ୍ଚ ସୁଚନା ଦେଇଛନ୍ତି । ସେହିପରି ଆଇତିପୁର ରାଘବପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ୩/୪ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ରାଘବପୁର ଗାଁଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ରାଘବପୁର ଗାଁଟି ଜଳମ୍‌ଗନ ହୋଇଯିବାରୁ ଗାଁ ଲୋକଙ୍କ ପନିପରିବା ଚାଷ ଉଜୁଡି ଯାଇଛି । ଗାଁରେ ଏକର ଏକର ଜମିରେ ପୋଟଳ, ଭେଣ୍ଡି, କଲରା, ବାଇଗଣ ଆଦି ଚାଷ କରିଥିବାବେଳେ ପାଣିପସି ଯିବାରୁ ତାହା ସମ୍ପୁର୍ଣ୍ଣ ବୁଡି ଯାଇଛି । ଗାଁ ମୁଣ୍ଡରେ ବୈତରଣୀନଦୀର ନଦୀବନ୍ଧଟି ଅସମ୍ପୁର୍ଣ୍ଣ ହୋଇ ପଡିଥିବାରୁ ପ୍ରତିବର୍ଷ ବନ୍ୟା ଆସିଲେ ରାଘବପୁର ଗାଁ ସମେତ ନୁଆଗାଁ, ଆଇତିପୁର, ମଦରଙ୍ଗା ସାହି, ରତକଣା ଆଦି ଗାଁ ଲୋକେ ପାଣିଘେରରେ ରହିବା ସହିତ ଲୋକମାନଙ୍କର ବ୍ୟାପକ କ୍ଷୟକ୍ଷତି ଘଟୁଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ବୈତରଣୀ ନଦୀର ଜଳସ୍ତର ବଢ଼ୁଥିବାରୁ ହାଟଡିହି ବ୍ଲକର ଆଇତିପୁର ପଞ୍ଚାୟତ ସମେତ ଆମ୍ବୋ, ସୁଲଣ, ପଞ୍ଚୁଗୋଛିଆ, ବଞ୍ଚୋ, ହାବଳେଶ୍ୱର, ଗେଡମା, ସମଣା, ପ୍ରଭୃତି ଗ୍ରାମପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଆମ୍ବୋ ପଞ୍ଚାୟତର କରଗୋଳା ଗ୍ରାମରେ ଗାଁ ମଣ୍ଡପ ନିକଟକୁ ପାଣି ପସିଥିବା ବେଳେ ଚାପୁଣ୍ଡିଆ ନିକଟରେ ହାଟଡିହି-ସମଣା ରାସ୍ତା ବୁଡିଯିବା ଦ୍ୱାରା ସମଣା, ଚାପୁଣ୍ଡିଆ, କୋଦମ୍ବଡିହି, ପ୍ରଭୃତି ଗ୍ରାମ ଗୁଡିକୁ ଯାତାୟତ ବନ୍ଦ ହୋଇଯାଇଛି । ସେହିପରି ଗିରିଗାଁ ନିକଟରେ ମଧ୍ୟ ରାସ୍ତା ବୁଡିଯିବାରୁ ତେଲସିଗାଁ, ଗିରିଗାଁ ଗ୍ରାମକୁ ଯାତାୟତ ବନ୍ଦ ହୋଇଯାଇଛି । ସେହିପରି ପଞ୍ଚୁଗୋଛିଆ ଗାଁରେ ବିଲବାଡି ମାନଙ୍କରେ ପାଣି ପସିଯିବାରୁ ତରଭା, ବରେଶ୍ୱର, ପଞ୍ଚୁଗୋଛିଆ ବରଡି, ଆଦି ଚାଷୀମାନଙ୍କର ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଛି । ବିଶେଷକରି ଏହି ଅଞ୍ଚଳରେ ଲୋକମାନେ ଶହଶହ ଏକର ଚାଷଜମିରେ ପୋଟଳ, ବାଇଗଣ, ଜହ୍ନି, ଭେଣ୍ଡି, କାକୁଡି, କଲରା ଆଦି ପନିବରିବା ଚାଷ କରିଥାନ୍ତି । କିନ୍ତୁ ପ୍ରଥମେ ବାତ୍ୟା ଓ ପରେ ବନ୍ୟାଜଳ ଯୋଗୁଁ ଚାଷୀଙ୍କ ଚାଷ ଉଜୁଡି ଯାଇଛି । ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଯଦି ଆଜିରେ ରାତିରେ ନଦୀର ପାଣି ଆଉ ବଢ଼େ ତେବେ ତରଭା, ବରେଶ୍ୱର ଆଦି ଗାଁ ଭିତରେ ପାଣିପସି ଯିବ ବୋଲି ଗାଁ ଲୋକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.