Home ଓଡ଼ିଶା ଧାମନଗର ଉପନିର୍ବାଚନ – ୫ଟି ପିଙ୍କ୍ ଓ ୧୫ଟି ଆଦର୍ଶ ବୁଥ୍‌, ପିଙ୍କ୍ ବୁଥ୍ ପାଇଁ...

ଧାମନଗର ଉପନିର୍ବାଚନ – ୫ଟି ପିଙ୍କ୍ ଓ ୧୫ଟି ଆଦର୍ଶ ବୁଥ୍‌, ପିଙ୍କ୍ ବୁଥ୍ ପାଇଁ ନିୟୋଜିତ ପୋଲିଂ ଦଳଙ୍କୁ ଦ୍ୱିତୀୟ ଦଫା ତାଲିମ୍ ପ୍ରଦାନ ଶେଷ

61

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୪୬-ଧାମନଗର ଏସ୍‌.ସି. ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ୫ଟି ପିଙ୍କି ବୁଥ୍ ଓ ୧୫ଟି ଆଦର୍ଶ ବୁଥ୍ କରାଯାଇଛି। ଧାମନଗର ଏନ୍‌.ଏ.ସି.ର ଦକ୍ଷିଣବାଡ଼, ୱାର୍ଡ଼ ନଂ ୧୧ର ବୁଥ୍ ନଂ ୧୧୧ ମହେନ୍ଦ୍ର ନୋଡ଼ାଲ ୟୁ.ପି.ସ୍କୁଲ, ତାଳପଦା ୱାର୍ଡ଼ ନଂ ୭ ରୁ ବୁଥ୍ ନଂ ୧୧୩, ତାଳପଦା ନୋଡ଼ାଲ ୟୁ.ପି. ସ୍କୁଲ (ଏନ୍‌), ଜୟନଗର ର ୱାର୍ଡ଼ ନଂ ୩ର ବୁଥ୍ ନଂ ୧୧୭, ଅନନ୍ତ କେଶରୀ ୟୁ.ପି..ଏମ୍‌.ଇ. ସ୍କୁଲ, ଶ୍ୟାମପୁରର ୱାର୍ଡ଼ ନଂ ୫ର ୧୩୦ନଂ ବୁଥ୍, ଧାମନଗର ହାଇସ୍କୁଲ (ଏନ୍‌) ଏବଂ ବୁଥ୍ ନଂ ୧୩୧ ଧାମନଗର ହାଇସ୍କୁଲ (ଇ)କୁ ପିଙ୍କ୍ ବୁଥ୍ କରାଯାଇଛି। ଏହି ସବୁ ପିଙ୍କ୍ ବୁଥ୍ ପାଇଁ ନିୟୋଜିତ ହେବାକୁ ଥିବା ପୋଲିଂ ଦଳର ପ୍ରିଜାଇଡ଼ିଂ ଅଧିକାରୀ, ପୋଲିଂ କର୍ମଚାରୀ, ମାଇକ୍ରୋ ଅବଜରଭର ମାନଙ୍କୁ ଆଜି ସଦ୍‌ଭାବନା ସଭାଗୃହରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ମାଷ୍ଟର ଟ୍ରେନରମାନେ ତାଲିମ୍ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ କି ଭୋଟରମାନଙ୍କ ମତଦାନ ଲାଗି ଉଦ୍ଦିଷ୍ଟ ଏହି ପିଙ୍କ୍ ବୁଥରେ ମହିଳାମାନଙ୍କୁ ପ୍ରିଜାଇଡ଼ିଂ ଅଧିକାରୀ ଓ ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥାଏ। ସେହିପିର ଏହି ଉପନିର୍ବାଚନରେ ମତଦାନ ହାର ବୃଦ୍ଧି ଲାଗି ଭୋଟରମାନଙ୍କୁ ଆକର୍ଷଣ କରାଯିବା ପାଇଁ ଧାମନଗର ବ୍ଲରେ ୧୦ଟି ଓ ତିହିଡ଼ି ବ୍ଲକ୍‌ର ୫ଟି ବୁଥ୍‌କୁ ଆଦର୍ଶ ବୁଥ୍ ଭାବେ ତାଲିକାଭୁକ୍ତ କରାଯାଇଛି। ତିହିଡ଼ି ବ୍ଲକ୍‌ର ଥିବା ୫ଟି ଆଦର୍ଶ ବୁଥ୍ ହେଲା କାଁପଡ଼ାର ବୁଥ୍ ନଂ ୭୭ ବାସୁଳି ନୋଡ଼ାଲ ହାଇସ୍କୁଲ କାଁପଡ଼ା, ବୋଡ଼କର ବୁଥ୍ ନଂ ୮୨ ଏବଂ ୮୪ ନାୟକାଣି ସରକାରୀ ହାଇସ୍କୁଲ, ବିଲଣାର ର ବୁଥ୍ ନଂ ୬୬ ଏବଂ ୬୭ ବିଲଣା ସହଯୋଗ ହାଇସ୍କୁଲ, ଧାମନଗର ବ୍ଲକର ଧୁଷୁରୀ ଜି.ପିର ବୁଥ୍ ନଂ ୨୦୬ ଏବଂ ୨୦୭ ଧୁଷୁରୀ ଏମ୍‌.ଡ଼ି. ଧୁଷୁରୀ ସରକାରୀ ହାଇସ୍କୁଲ(ଏନ୍‌) ଓ (ଏସ୍‌), କଟସାହି ଜି.ପି.ର ବୁଥ୍ ନଂ ୨୧ କଟସାହି, ସହିଦ୍‌ନଗର ସରକାରୀ ହାଇସ୍କୁଲ, ବମକୁରା ଜି.ପି.ର ବୁଥ୍ ନଂ ୧୯୫ ଓ ୧୯୬ ବମକୁରା ସରକାରୀ ହାଇସ୍କୁଲ, ନଦୀଗାଁ ଜି.ପି.ର ବୁଥ୍ ନଂ ୨୧୨, ୨୧୩ ଓ ୨୧୪ ନଦୀଗାଁ ଯଥାକ୍ରମେ ନଦୀଗାଁ ସରକାରୀ ହାଇସ୍କୁଲ(ଏନ୍‌), (ଏସ୍‌), ଓ (ଏସ୍‌) ରାଧାବଲ୍ଲଭପୁର ବୁଥ୍ ନଂ ୧୦୬ ବନ୍ଧଟିଆ-୧ ଓ ୧୦୭ ବନ୍ଧଟିଆ-୨ ଯଥାକ୍ରମେ ଉତ୍କଳମଣି ସରକାରୀ ପ୍ରାଇମେରୀ ସ୍କୁଲ ବନ୍ଧଟିଆ ଓ ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାପୀଠ, ବନ୍ଧଟିଆ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.