Home ଜିଲ୍ଲା ପରିକ୍ରମା ବନ୍ଧନ କୋନଗର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବନ୍ଧନ କୋନଗର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

59

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଧନ କୋନଗର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ସଂସ୍ଥାର ଏରେଇଁ ସ୍ଥିତ ଶାଖା କାର୍ଯ୍ୟାଳୟ ଆନୁକୂଲ୍ୟରେ ଭଦ୍ରକ ବ୍ଲକର ବଣିଆ ପଞ୍ଚାୟତ ଭଗବାନପୁର, ପରିସିଙ୍ଗା ପଞ୍ଚାୟତ କୁନ୍ତଳା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ଶାଖା ପରିଚାଳିକା ଜ୍ୟୋତିପ୍ରଭା ଜେନାଙ୍କ ତତ୍ତ୍ୱାବଧାନରେ ଏଚ୍‌ସିଓ ଅନିତା ମହାନ୍ତି, ରଞ୍ଜିତା ପାତ୍ର, ସ୍ୱାସ୍ଥ୍ୟ ସହାୟିକା ଶାନ୍ତିଲତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କରୋନା ମହାମାରୀରୁ ଲୋକେ ଦୂରେଇ ରହିବା ପାଇଁ ଜନ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସଚେତନ ରହିଲେ କିପରି ଜଣେ କରୋନାକୁ ପ୍ରତିହତ କରି ପାରିବ ତାହା ଲୋକଙ୍କୁ ବୁଝାଇ କହିଥିଲେ । ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା, ଜଣେ ସଚେତନ ବ୍ୟକ୍ତ କିପରି ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସଦା ସର୍ବଦା ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଅତି ଜରୁରୀ ନ ଥିଲେ ବାହାରକୁ ବାହାରିବା ନାହିଁ ସରକାରଙ୍କ ଦ୍ୱାରା ପ୍ରଣୀତ ସମସ୍ତ ଗାଇଡ ଲାଇନକୁ ମାନିବାକୁ ପରାମର୍ଶ ଦିଆ ଯାଇଥିଲା । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ସେମାନେ ନେଇ ପାରିବେ ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ବିଶେଷ କରି ଗର୍ଭବତୀ ମହିଳାମାନେ କରୋନା ଟୀକା ନେବେ ନାହିଁ, ସ୍ତନ୍ୟପାନ କରାଉଥିବା ମାଆମାନେ ମଧ୍ୟ ଟୀକା ନେବେ ନାହିଁ ବୋଲି ପରାମର୍ଶ ଦିଆ ଯାଇଥିଲା । ଏହି ଅବସରରେ ପଥପ୍ରାନ୍ତରେ ଯାତାୟତ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.