Home ଜିଲ୍ଲା ପରିକ୍ରମା ବନ୍ଧଗାଁ ନୋଡାଲ ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ବନ୍ଧଗାଁ ନୋଡାଲ ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

42

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବନ୍ଧଗାଁ ସରପଞ୍ଚ ନିରୋଦ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଫେସର ଡଃ ବଳରାମ ମିଶ୍ର, ସମ୍ମାନିତ ଅତିଥି ଭାବରେ ସମିତିସଭ୍ୟା ସନ୍ଧ୍ୟାରାଣୀ ମହାପାତ୍ର, ପୂର୍ବତନ ସରପଂଚ ଚିତ୍ତରଞ୍ଜନ ରାଉତ, ସମାଜସେବୀ ଚନ୍ଦ୍ରକାନ୍ତ ମହାପାତ୍ର, ସି.ଆର.ସି.ସି. ଦେବଦତ୍ତ ପଣ୍ଡା, ପରିଚାଳନା କମିଟି ସଭାପତି ହରିହର ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ କମଳାକାନ୍ତ ବାରିକ, ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଛାତ୍ର, ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଗ୍ରହଣ ସହ ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳିତ ଓ କର୍ତ୍ତବ୍ୟ ପରାୟଣ ହେବା ପାଇଁ ଉପଦେଶ ଦେଇଥିଲେ। ଅପରାହ୍ନରେ ଭଦ୍ରକ ସାଂସଦ ଶ୍ରୀମତୀ ମଂଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ବିଦ୍ୟାଳୟ ପରିଦର୍ଶନରେ ଆସି ପିଲାମାନଙ୍କ ଦ୍ୱାରା ତିଆରି ହୋଇଥିବା ରଂଗୋଲି ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବରାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ଦିିପ୍ତିମୟୀ ମହାପାତ୍ର ବାର୍ଷିକ ବିବରଣୀ ପାଠ, ଅଶୋକ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ପୂର୍ବରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଜଳଙ୍ଗା ହାଇସ୍କୁଲର କ୍ରୀଡା ଶିକ୍ଷକ ରାଜେନ୍ଦ୍ର ନାୟକ ଓ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶରତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ରୋତସ୍ୱିନୀ ପଲ୍ଲାର, ଚନ୍ଦ୍ର ଟୁଡୁ, ନିଶିକାନ୍ତ ମହାପାତ୍ର, ସଞ୍ଜୁବାଳା ସାମଲ, ମମିତା ରାଉତ, ମଞ୍ଜୁଲତା ନାୟକ, ଗୃହଲକ୍ଷ୍ମୀ ରାଉଳ, ବିଜୟ କୁମାର ମାହାଲି, ଆଶୁତୋଷ ଜେନା, ରଣଜିତ ବିଶ୍ୱାଳ, ଆଶିଷ ସାହୁ, ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା, ଅଭିଭାବକ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.