Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ବରିଷ୍ଠଙ୍କୁ କରାଯାଉଛି ଅଣଦେଖା, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ଜିଲ୍ଲାରେ ବରିଷ୍ଠଙ୍କୁ କରାଯାଉଛି ଅଣଦେଖା, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

24

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ବରିଷ୍ଠ ନାଗରିକଙ୍କୁ ଅଣଦେଖା କରାଯାଉଛି। ଜିଲ୍ଳା ସଦର ମହକୁମାରେ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ପ୍ରଶଂସନୀୟ ହୋଇଥିବା ବେଳେ ବ୍ଲକ ସ୍ତରରେ ତାହା ଓଲଟା ହେଉଛି। ଏପରିକି ତିହିଡ଼ି, ଆଗରପଡ଼ା ଏପରିକି ଚରମ୍ପା ପୋଷ୍ଟ ଅଫିସରେ ବରିଷ୍ଠ ନାଗରିକମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ସଂକ୍ରାନ୍ତରେ ପୋଷ୍ଟାଲ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଜି ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ତୃତୀୟ ବାର୍ଷିକ ସମାରୋହରେ ପ୍ରକାଶ ପାଇଛି। ମହାସଂଘର ଜିଲ୍ଳା ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସୁଧାକର ରାଉତ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହିତ ସଂଘର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ମହାସଂଘ ପାଇଁ ସଦର ମହକୁମାରେ ଏକ ଘର ଯୋଗାଇଦେବା, ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କରେ ବରିଷ୍ଠମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର କରିବା, ଜିଲ୍ଳାର ସମସ୍ତ ଥାନା ଫାଣ୍ଡି ମାନଙ୍କରେ ହେଉଥିବା ବରିଷ୍ଠ ନାଗରିକମାନଙ୍କ ବିରୁଦ୍ଧରେ ଅଭିଯୋଗର ଆଲୋଚନା ବେଳେ ସେମାନଙ୍କୁ ଅଯଥାରେ ହଇରାଣ କରା ନଯିବା, ବ୍ଲକ ସ୍ତରରେ ସଂଘର କାର୍ଯ୍ୟାଳୟ ପାଇଁ ଆର୍‌.ଆଇ. ମାନଙ୍କ ପାଖରେ ହୋଇଥିବା ଆବେଦନର ତୁରନ୍ତ ଫଏସଲା କରାଯିବା, ଅନ୍‌ଲାଇନ୍ ଯୋଗେ ବରିଷ୍ଠମାନଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଆବେଦନର ତୁରନ୍ତ ଫଏସଲା କରାଯିବା, ଭଦ୍ରକରେ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପ୍ରଦାନ ନେଇ ସମ୍ପାଦକ ମୁଖ୍ୟଅତିଥି ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ମୁଖ୍ୟବକ୍ତା ଭାବେ ଏସ୍‌ପି ବରୁଣ ଗୁଣ୍ଟୁପାଲୀ, ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ସଭାପତି ଡା. କୃପାସିନ୍ଧୁ ପଣ୍ଡା, କଟକ ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘ ସମ୍ପାଦକ ବିଷ୍ଣୁ ମୋହନ ସାମନ୍ତ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ସରକାରୀ ସ୍ତରରେ ରହିଥିବା ବିଭିନ୍ନ ସୁବିଧା, ଆଇନରେ ରହିଥିବା ଆଇନଗତ ବ୍ୟବସ୍ଥା ଆଦି ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ମହାସଂଘର ମୁଖପତ୍ର ‘ବରିଷ୍ଠ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ପତ୍ରିକା ସମ୍ପର୍କରେ ଅଭୟ ଦ୍ୱିବେଦୀ ସୂଚନା ପ୍ରଦାନ କରିଥିଲେ। ଉତ୍ସବରେ ମତୋରୁ ପଞ୍ଚାନନ ପଲାଇ, ଭଦ୍ରକର କାଶିନାଥ ସାହୁ, ଡାକ୍ତର ହରେକୃଷ୍ଣ ନାୟକ, ସାହାଡ଼ାରୁ ଚକ୍ରଧର ପାଣିଗ୍ରାହୀ, ଧୁଷୁରୀରୁ ବାବାଜୀ ଚରଣ ପଣ୍ଡା, ବାସୁଦେବପୁରରୁ ବନମାଳୀ ମଲ୍ଲିକଙ୍କୁ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ତିହିଡ଼ି ବ୍ଲକ ସଂଘରୁ ସୁରେନ୍ଦ୍ର ପ୍ରସାଦ ନାୟକ, ମହେଶ ପ୍ରସାଦ ଦାସ, ଧାମନଗରରୁ ଶଚିକାନ୍ତ ପଣ୍ଡା, ଧୁଷୁରୀରୁ ଦୁର୍ଯ୍ୟୋଧନ ତରେଇ, ଭଣ୍ଡାରିପୋଖରୀରୁ ନରନାରାୟଣ ଜେନା, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଆଗରପଡ଼ାରୁ କୈଳାସ ଚନ୍ଦ୍ର ଧଳ, ବନ୍ତରୁ ସୁଧାଂଶୁ ଶେଖର ନାୟକ, ବାସୁଦେବପୁରରୁ ଦୁଃଶାସନ ରାଉତ, ରାନ୍ଦିଆରୁ ପ୍ରମୋଦ ସ୍ୱାଇଁ, ମତୋରୁ ବ୍ରହ୍ମାନନ୍ଦ ପରିଡ଼ା, ଚାନ୍ଦବାଲିରୁ ମୁରଲୀଧର ପରିଡ଼ା, ଚରମ୍ପା ସଂଘରୁ କଳାକାର ମିଶ୍ର, ଭଦ୍ରକରୁ ପଦ୍ମନାଭ ପାଢୀ ପ୍ରମୁଖ ସଂଘୀୟ କର୍ମକତ୍ତା ଯୋଗ ଦେଇଥିଲେ। ଉତ୍ସବକୁ ମହାସଂଘ ପକ୍ଷରୁ ବିଭୂତି ଭୂଷଣ ସେନାପତି, ପଦ୍ମନ କୁମାର ରାୟ, ମଦନମୋହନ ମହାକୁଡ଼, ବୈଳେଶଚନ ବେହୁରିଆ, ଇନ୍ଦ୍ରମଣି ପଣ୍ଡା, ପ୍ରତାପ ନାୟକ, ଅଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.