Home ଜିଲ୍ଲା ପରିକ୍ରମା ଜନଜୀବନ ସହ ପ୍ରତ୍ୟକ୍ଷ ଅନୁଭୂତି ଶିବିର ପ୍ରଦାନ କରେ, ବିଏନଏମଏ କଲେଜର ଶୀତକାଳୀନ ସେବାଶିବିର ଉଦ୍‌ଯାପିତ

ଜନଜୀବନ ସହ ପ୍ରତ୍ୟକ୍ଷ ଅନୁଭୂତି ଶିବିର ପ୍ରଦାନ କରେ, ବିଏନଏମଏ କଲେଜର ଶୀତକାଳୀନ ସେବାଶିବିର ଉଦ୍‌ଯାପିତ

30

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରଛାତ୍ରୀମାନେ କେବଳ ପୁସ୍ତକଗତ ବିଦ୍ୟା ଭିତରେ ସମୀତ ନରହି ବ୍ୟାପକ ସାମାଜିକ କ୍ଷେତ୍ର ସହ ପ୍ରତ୍ୟକ୍ଷ ସମ୍ବନ୍ଧ ରଖିବା ଉଚିତ। ସାଧାରଣବର୍ଗ ସହ ଯୋଡ଼ିହେବା ଓ ଅନନ୍ୟ ଅନୁଭୂତି ହାସଲ କରିବା ମଧ୍ୟଦେଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ପରିପ୍ରକାଶ ଘଟେ ଓ ଏନଏସ୍‌ଏସ୍ ଏଥିପାଇଁ ବ୍ୟାପକ ପରିସର ସୃଷ୍ଟି କରିଥାଏ ବୋଲି ସ୍ଥାନୀୟ ପାଳିଆବିନ୍ଧା ବିରଞ୍ଚି ନାରାୟଣ ମଧ୍ୟଇଂରାଜୀ ବିଦ୍ୟାଳୟ ପରିସରରେ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହୋଇଥିବା ବିଏନଏମଏ କଲେଜର ଜାତୀୟ ସେବା ଯୋଜନାର ଶୀତକାଳୀନ ସାପ୍ତାହିକ ସ୍ୱତନ୍ତ୍ର ଶିବିରର ଉଦ୍‌?ଯାପନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କଲେଜର ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଶିବିରର ଉଦ୍‌ଯାପନୀ ଉତ୍ସବ ସମାପନ ହୋଇଥିଲା। ପୁରୁଷ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ମନୋଜ କୁମାର ମହାନ୍ତିଙ୍କ ସଂଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା, ମୁଖ୍ୟବକ୍ତା ଭାବେ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ତପନ କୁମାର ନାୟକ, ଏନସିସି ଲେପ୍ଟନାଣ୍ଟ କର୍ଣ୍ଣେଲ୍ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍‌, ପୂର୍ବତନ ସ୍ୱେଚ୍ଛାସେବୀ ଛାତ୍ର ଜୀବନଜ୍ୟୋତି ମଲ୍ଲିକ୍‌, ଡେମୋନଷ୍ଟ୍ରେଟର୍ ସ୍ୱପ୍ନା ରାୟ, ଅଧ୍ୟାପକ ସୁଧାଂଶୁଶେଖର ପଣ୍ଡା, ଅଧ୍ୟାପକ ରାମଚନ୍ଦ୍ର ବେହେରା, ବୈଷ୍ଣବ ମହାନ୍ତି, ଅଧ୍ୟାପକ ଭାଗିରଥୀ ଜେନା, ଅଧ୍ୟାପକ ଦୀପକ କୁମାର ପଣ୍ଡା, ଅଧ୍ୟାପିକା ଡ. ସାଣ୍ଡ୍ରା ରୋଜାରିଓ, ଅଧ୍ୟାପିକା ରଜନୀଗନ୍ଧା ପତି, ଅଧ୍ୟାପିକା ପ୍ରିୟଙ୍କା ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶିବିରରେ ବିଭିନ୍ନ ସଫେଇ, ସର୍ଭେ ଓ ଗାଁ ତଥା ବସ୍ତିବାସିନ୍ଦାଙ୍କ ଉଦ୍ଦେଶ୍ୟରେ ବିବିଧ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଶିବିରର ଅନୁଭୂତି ବଖାଣିଥିଲେ। ଅଧ୍ୟକ୍ଷଙ୍କ ସମେତ ସ୍ଥାନୀୟ ସରପଞ୍ଚ ଯଶୋଦା ମଲ୍ଲିକ୍‌, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶତ୍ରୁଘ୍ନ ଜେନା, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ କାର୍ଯ୍ୟକ୍ରମର ଉଦ୍‌?ଘାଟନ କରିବା ସହିତ ଶିବିରର ବିଭନ୍ନ ଦିବସରେ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସୁନୀଲ ଦାସ, ବନୀତା ସାହୁ, ଅନନ୍ୟା ବେହେରା, ଆଶୁତୋଷ ଜେନା, ଅଭିନନ୍ଦନ ଜେନା, ଜ୍ୟୋତିପ୍ରଭା ଜେନା, ଆଶିଷ ଦାସ ଓ ଆଶୁତୋଷ ଜେନାଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ, ଶ୍ରେଷ୍ଠ ସଂଗଠିକା, ଶ୍ରେଷ୍ଠ ମହିଳା ସ୍ୱେଚ୍ଛାସେବୀ, ଶ୍ରେଷ୍ଠ ପୁରୁଷ ସ୍ୱେଚ୍ଛାସେବୀ ଓ ସ୍ପିରିଟ୍ ଅଫ୍ ଏନଏସଏସ୍ ଭାବେ ପୁରସ୍କୃତ କରାଯାଇଥିଲା। ମହିଳା ୟୁନିଟର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପଦ୍ମାଳୟା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.