Home ଓଡ଼ିଶା ବନ୍ଦ ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

256

ଅନୁଗୁଳ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ ଅଘଟଣ ଘଟିଛି। ତାହା ହେଲା  ବନ୍ଦ କୋଠରୀ ମଧ୍ୟରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ପରେ ଆଜି ସକାଳୁ ଘର ଝାଡୁ ସମୟରେ ଦୁର୍ଗନ୍ଧ ଆସୁଥିବାରୁ ଏନେଇ ପରିବାର ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଆସିବା ପରେ  ଘରର କବାଟ ଭଙ୍ଗା ଯାଇଥିଲା । ଘର ଭିତରେ ବୁଟୁ ବେହେରା ମୁହଁମାଡି ପଡିରହିଥିବା ବେଳେ ତାଙ୍କ ହାତ ଫୁଲିବା ସହ ତାଙ୍କ ମୁହଁ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସେ କିଛି ଦିନ ଧରି ମାନସିକ ଭାରସାମ୍ୟ ହରାଇ ବସିଥିଲେ । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.