Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

249

ବାଲେଶ୍ଵର,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ବାଲେଶ୍ଵର ଜିଲ୍ଲା କାଲାଡାହି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ‌। ମିଳିଥିବା ସୂତ୍ର ଅନୁସାରେ, ଉଦଳା ଥାନା ଡ଼ିହିରାକୁଳ ଗ୍ରାମର ଦୀନେଶ ହାତୀ ଏବଂ କିଶୋର ପୃଷ୍ଟି ଗତକାଲି କପ୍ତିପଦା ନୂଆସାହିକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଫେରିବା ସମୟରେ କାଲାଡାହି ଛକ ନିକଟରେ ସେମାନଙ୍କ ବାଇକ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୀନେଶ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ କିଶୋରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.