Home ଓଡ଼ିଶା ବନ୍ଦ କୋଠା ଘର ମଧ୍ୟରୁ ଅବସରପ୍ରାପ୍ତ ପୋଲିସର ଗଳିତ ମୃତଦେହ ଉଦ୍ଧାର

ବନ୍ଦ କୋଠା ଘର ମଧ୍ୟରୁ ଅବସରପ୍ରାପ୍ତ ପୋଲିସର ଗଳିତ ମୃତଦେହ ଉଦ୍ଧାର

153

ସାଲେପୁର, ୧୦/୦୯ (ଓଡ଼ିଆ ପୁଅ /ଅଭୟ ଜେନା) ସ୍ଥାନୀୟ ଉତ୍ତର ଵଟେଶ୍ୱର ଗ୍ରାମରେ ଥିବା ଏକ କୋଠା ଘରୁ ଯୁବକଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରିଛି ସାଲେପୁର ପୋଲିସ। ଘଟଣାରୁ ପ୍ରକାଶ ଯେ, ଦୀର୍ଘ ବର୍ଷ ହେଵ କେନ୍ଦ୍ରୀୟ ରିଜର୍ଭ ପୋଲିସରୁ ଅବସର ପରେ ପ୍ରଦିପ୍ତ ମିଶ୍ର ନାମକ ଵ୍ୟକ୍ତି ଏହିଠାରେ ନିଜେ ଘର କରି ରହୁ ଥିଲେ। ପାରିବାରିକ ଅଶାନ୍ତି କାରଣରୁ ନିଜ ପତ୍ନୀ ଓ ଦୁଇ ପୁଅ ଅନ୍ୟତ୍ର ରହୁ ଥିବା ବେଳେ ଅଧିକାଂଶ ସମୟ ନିଶା ଶକ୍ତ ଅବସ୍ଥାରେ ମିଶ୍ର ରୁହନ୍ତି ବୋଲି ଜଣାଯାଏ। ତେବେ ଆଜି ଏହି ଘର ପାଖରୁ ପଚା ଦୁର୍ଗନ୍ଧ ବାହାରୁ ଥିବା ଜାଣି ପଡିଶା ଲୋକ ପୋଲିସକୁ ଖବର ଦେଇଥିଲେ, ପୋଲିସ ଏବଂ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଘର ଖୋଲିବାରୁ ପ୍ରଦୀପ୍ତଙ୍କ ପଚା ମୃତ ଦେହ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.