Home ଜିଲ୍ଲା ପରିକ୍ରମା ବନ୍ତ ସିପିଆଇଏମ୍ ଆଞ୍ଚଳିକ କମିଟିର କାର୍ଯ୍ୟକାରିଣୀ ବୈଠକ

ବନ୍ତ ସିପିଆଇଏମ୍ ଆଞ୍ଚଳିକ କମିଟିର କାର୍ଯ୍ୟକାରିଣୀ ବୈଠକ

18

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇଏମ୍ ବନ୍ତ ଆଞ୍ଚଳିକ କମିଟିର ୪ର୍ଥ କାର୍ଯ୍ୟକାରିଣୀ ସମ୍ମିଳନୀ ପଧାନପଡ଼ା ପଞ୍ଚାୟତ ତରାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକକୁ ଆଞ୍ଚଳିକ କମିଟି ସମ୍ପାଦକ ରବିନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ରଙ୍କୁ ନୂତନ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଅପରାହ୍ନରେ ସିପିଆଇଏମ୍‌ର ଦଳୀୟ କର୍ମୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ପଧାନପଡ଼ା ପଞ୍ଚାୟତ ଅଫିସ୍ ଠାରୁ ବାହାରି ବଜାର ପରିକ୍ରମା କରିବା ସହ ଥାନାଛକରେ ପହଞ୍ଚିଥିଲା । ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ଆଇନଜୀବୀ ଦିବ୍ୟସିଂ ନାୟକ, ମୁଖ୍ୟବକ୍ତା ଭାବେ ଓଡ଼ିଶା କୃଷକ ସଭାର ରାଜ୍ୟ ନେତା ନିର୍ମଳ ଚନ୍ଦ୍ର ନାୟକ ଓ ସମ୍ମାନୀତ ଅତିଥି ଭାବେ ପ୍ରଭାସ ଚନ୍ଦ୍ର ମହାପାତ୍ର, ଶ୍ରମିକ ନେତା ଚନ୍ଦ୍ର ଶେଖର ନାୟକ, ଆଇନଜୀବୀ ପ୍ରତାପ ସେଠୀ,ନିରଞ୍ଜନ ପାଣି ପ୍ରମୁଖ ଯୋଗଦେଇ ଡିଜେଲ, ପେଟ୍ରୋଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଶ୍ରମିକ ବିରୋଧୀ ୪ଶ୍ରମ କୋର୍ଡ ବାତିଲ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିକୁ କଟୁ ସମାଲୋଚନା କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ୩ଗୋଟି ନୂତନ କୃଷିଆଇନ ବିଲକୁ ପ୍ରତ୍ୟାହାର କରିବା ନିମନ୍ତେ ଦାବି କରାଯାଇଥିଲା । ସନାତନ ଜେନା, ମହେଶ୍ୱର ନାୟକ, ବରିଷ୍ଠ ସଭ୍ୟ ନାରାୟଣ ଚନ୍ଦ୍ର ଲେଙ୍କା, ନାରୀନେତ୍ରୀ ରୋଜାଲିନ ସାମ୍ୟବାଦୀ, ଅଭିମନ୍ୟୁ ସେଠୀ, ନନ୍ଦ ଓଝା, ବିପିନ ଜେନା, ସତ୍ୟଭାମା ସାହୁ, ଚମ୍ପା ଓଝା, ଭଗବାନ ପଲେଇ, ରୋହିତ ପେଡ଼ି, ଶତ୍ରୁଘ୍ନ ଜେନା, ଭାସ୍କର ଜେନା, ଭୀମସେନ ଭୂୟାଁ, ଛାତ୍ରନେତ୍ରୀ ଉମାମଣି ଜେନା, ଝରଣା ସାହାଣୀ, ସୁକାନ୍ତୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ବିଭିନ୍ନ ପଞ୍ଚାୟତର ଶତାଧିକ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.