Home ଜିଲ୍ଲା ପରିକ୍ରମା ପ୍ରସ୍ତୁତି ପଥେ ୩୦୫ ବର୍ଷର ପୁରାତନ ଆଗରପଡ଼ା ଦୁର୍ଗାପୂଜା

ପ୍ରସ୍ତୁତି ପଥେ ୩୦୫ ବର୍ଷର ପୁରାତନ ଆଗରପଡ଼ା ଦୁର୍ଗାପୂଜା

96

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସ୍କୃତିର ପୂଣ୍ୟମାଟି ଆଗରପଡ଼ାରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ । ସେଥିମଧ୍ୟରୁ ଶାରଦୀୟ ଦୁର୍ଗାପୂଜା ଅନ୍ୟତମ । ୩୦୫ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଏ୍ୟୌତିହ ସଂପନ୍ନ ପରମ୍ପରାର ପରିଚାୟକ । ଆଗରପଡ଼ାରେ ପୂର୍ବରୁ ମାହାଲ ଓ ମହାଜୀବ ୨ଟି ରାଜ ବଂଶଜ ମାନେ ଏଠାରେ ଏହି ପୂଜା ଆରମ୍ଭ କରିଥିଲେ । ସେହି ପରମ୍ପରା ଓ ସଂସ୍କୃତି ଆଜି ଯାଏ ବଞ୍ôଚ ରହିଛି । ଏହି ୨ ରାଜବଂଶଜ ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟ ଲୋକଙ୍କୁ ଜମି ପ୍ରଦାନ କରିଥିଲେ । ଏଥିରୁ ଉପାର୍ଜିତ ଅର୍ଥରେ ଏହି ପୂଜା ଆଜି ଯାଏ ପାଳିତ ହୋଇଆସୁଛି । ସ୍ଥାନୀୟ ବଙ୍ଗାଳୀ ସାହୀରେ ୩ଟି ମେଢରେ ମା’ ଦୁର୍ଗା ପୂଜା ପାଉଛନ୍ତି । କରୋନା କଟକଣା ସତ୍ୱେ ମଧ୍ୟ ଏଥର ଦୁର୍ଗା ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଦ୍ରୁତ ପଥରେ ଆଗେଇ ଚାଲିଛି । ୩ଟି ମେଢ ମଧ୍ୟରୁ ୨ଟି ମେଢରେ ସ୍ଥାନୀୟ ବରହମପୁର ଗ୍ରାମର ସୁପ୍ରସିଦ୍ଧ ମାଝି ପରିବାର ମୂର୍ତ୍ତୀ ଗଢୁଥିବା ବେଳେ ମଝି ମେଢଟି ସ୍ୱର୍ଗତ ଶକର୍ଷଣ ଦାସଙ୍କ ଝିଅ ଓ ନାତି ଗଢୁଛନ୍ତି । ମାନସିକଧାରୀମାନେ ଦେଇଥିବା କଖାରୁ ଛେଦନ କାର୍ଯ୍ୟ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.