Home ଜିଲ୍ଲା ପରିକ୍ରମା ସରକାରଙ୍କ ଯୋଜନା ମାଳ ମାଳ, ଫଳ ଶୂନ , ଅସନ୍ତୋଷ ପ୍ରକାଶ କଲେ ସରପଞ୍ଚ ପ୍ରତିନିଧି...

ସରକାରଙ୍କ ଯୋଜନା ମାଳ ମାଳ, ଫଳ ଶୂନ , ଅସନ୍ତୋଷ ପ୍ରକାଶ କଲେ ସରପଞ୍ଚ ପ୍ରତିନିଧି ଓ ବୁଦ୍ଧିଜୀବୀ

45

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପୁରୁଷଣ୍ଢ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଘୋଷଣା କରାଯାଇ ଅନେକ ଯୋଜନାମାନ ହାତକୁ ନିଆଯାଇଛି । ମାତ୍ର କୌଣସି ଯୋଜନା ସଫଳ ହୋଇପାରି ନାହିଁ । ବିଶେଷ ଭାବେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ନମିଳିବା, ପରିବାର ମଙ୍ଗଳ ଯୋଜନାରେ ପରିବାରର ରୋଜଗାରକ୍ଷମ ବ୍ୟକ୍ତିର ମୃତ୍ୟୁ ହେଲେ ୨୦ ହଜାର ଟଙ୍କା ମିଳିବାରେ ଅନିଶ୍ଚିତତା, ଖାଦ୍ୟ ସୁରକ୍ଷା ଯୋଜାନରେ ହରିଜନ, ଆଦିବାସୀମାନେ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହେବା, ପାନୀୟ ଜଳ ଯୋଗାଣ ଯୋଜନାରେ ପଞ୍ଚାୟତର ପ୍ରତ୍ୟେକ ସାହି ବସ୍ତି ଯଥା, ଦାଶ ସାହି, କୁଦୁମଛକି, ଭବାନୀଗଞ୍ଜ, ରଇଁନ୍ତିରା, ନିର୍ମଳପୁର, ଜଗନ୍ନାଥପୁରକୁ ପାଇପଜଳ ଯୋଗାଣ ନହେବା ଓ ଟିବ୍ୟୁଲ ଗୁଡ଼ିକ ମରାମତି ନହେବା, ୟାସ ବାତ୍ୟା ତଥା ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯୋଗାଇ ଥିବା ସଂସ୍ଥ୍‌ାମାନେ ବିଲ ନପାଇବା, ବାସଗୃହ ଯୋଜନାରେ କାମକରିସାରି ଠିକ୍ ସମୟରେ ବିଲ ଓ ପୁରସ୍କାର ରାଶି ନପାଇବା, ବିଦ୍ୟୁତ ଯୋଗାଣରେ ଅନିୟମିତା, କାଳିଆ ଯୋଜନାରେ ଅର୍ଥ ପାଇବା ନେଇ ଅନିଶ୍ଚତତା ଆଦି ଦେଖା ଦେଉଛି । ସରକାର କାଗଜପତ୍ରରେ ମାଳ ମାଳ ଯୋଜନା କରିଦେଉଛନ୍ତି ମାତ୍ର ତାହା ତଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାର ଖବର କେହି ରଖୁ ନାହାନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ତଥା ଆନ୍ତରିକତାର ଅଭାବ ଯୋଗୁଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଅଭିଯୋଗ କରାଯାଇଛି । ଏନେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେଇ ତୁରନ୍ତ ଆଦର୍ଶ ପଞ୍ଚାୟତର ରୂପରେଖ ସୃଷ୍ଟି କରିବାକୁ ଦାବୀ ହୋଇଛି । ଉପରୋକ୍ତ ଯୋଜନା ଗୁଡ଼ିକ ସୁନିଶ୍ଚିତ କରାଇବାକୁ ପୁରୁଷଣ୍ଢ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଜେନା ଏବଂ ସ୍ଥାନୀୟ ବୁଦ୍ଧିଜୀବିମାନେ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.