Home ଜିଲ୍ଲା ପରିକ୍ରମା ବନ୍ତ ଇତିହାସ ପୁସ୍ତକ ଲୋକାର୍ପଣ ଉତ୍ସବ, ବନ୍ତର ଗାରିମାକୁ ରାଜ୍ୟସ୍ତରରେ ପହଞ୍ଚାଇବାରେ ସମର୍ଥ ହେବ

ବନ୍ତ ଇତିହାସ ପୁସ୍ତକ ଲୋକାର୍ପଣ ଉତ୍ସବ, ବନ୍ତର ଗାରିମାକୁ ରାଜ୍ୟସ୍ତରରେ ପହଞ୍ଚାଇବାରେ ସମର୍ଥ ହେବ

18

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଦୁର୍ଗାମଣ୍ଡପ ଠାରେ ‘ବନ୍ତ ଇତିହାସ’ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସଭାକୁ ସାହିତ୍ୟିକ ଆଲୋକ ମୁଖାର୍ଜୀ ମଞ୍ଚ ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାୱଡ଼ା ହିନ୍ଦୀ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଦାମୋଦର ମିଶ୍ର, ମୁଖ୍ୟବକ୍ତା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ, ପୁସ୍ତକ ସମୀକ୍ଷକ ଜାତୀୟ ପୁରସ୍କାର ପ୍ର୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ, ସମ୍ମାନୀୟ ଅତିଥି ବରିଷ୍ଠ ସମାଜସେବୀ ଅଭିରାମ ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଶୁଭେନ୍ଦ୍ର କୁମାର ମିଶ୍ର, ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, ବିଶିଷ୍ଠ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ସାରସ୍ୱତ ସାଧକ ରତ୍ନାକର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବନ୍ତ ଏକ ସଂସ୍କୃତି ସମ୍ପନ୍ନ ମାଟି ଓ ସେ ନିଜର କଳା, ସଂସ୍କୃତି, ସାହିତ୍ୟକୁ ସମୃଦ୍ଧ କରିବାରେ ସର୍ବଦା ଯତ୍ନଶୀଳ । ‘ବନ୍ତ ଇତିହାସ’ କେବଳ ନିଜ ଅଞ୍ଚଳର ପରିଚିତିକୁ ପରିପୃଷ୍ଟ କରିବ ନାହିଁ ବରଂ ଗୋଟିଏ ଜାତିର ମର୍ଯ୍ୟାଦାକୁ ବହୁଗୁଣିତ କରିବାରେ ସହାୟକ ହେବ ।

ସେହି ଦୃଷ୍ଟିରୁ ଏ ପୁସ୍ତକ ବନ୍ତର ଗାରିମାକୁ ରାଜ୍ୟସ୍ତରରେ ପହଞ୍ଚାଇବାରେ ସମର୍ଥ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପୁସ୍ତକର ଲେଖକ ଶିକ୍ଷାବିତ ଉମାକାନ୍ତ ନାୟକ ବନ୍ତ ଅଞ୍ଚଳରେ ଥିବା ଐତିହାସିକ ବିରିଗଢିଆ ମଠ, ଢିଗି ପୋଖରୀ ଆଦି ଅବସ୍ଥିତ ସମ୍ପର୍କରେ ତାଙ୍କ ମନକୁ ଆନ୍ଦୋଳିତ କରି ଆସୁଥିଲା । ଅବସର ପରେ ସେ ଏନେଇ ବରିଷ୍ଠମାନଙ୍କ ସହିତ ଆଲୋଚନା କରିବା ସହିତ ସଂଗୃହିତ କିମ୍ବଦନ୍ତୀ ଆଧାରରେ ଏହି ପୁସ୍ତକକୁ ରଚନା କରିଛନ୍ତି, ଐତିହାସିକ ତ୍ରୁଟି ଥିଲେ କ୍ଷମା କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ‘ବନ୍ତ ଇତିହାସ’ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିବା ବେଳେ ବରିଷ୍ଠ ନାଗରିକ ଅଭିରାମ ବେହେରା ଓ ଅଗଣି ଚରଣ ପରିଡ଼ାଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଶୋକ ସାହୁ, ରଙ୍ଗାଧର ନାୟକ, ଅଜୟ ପୃଷ୍ଟି, ଗଙ୍ଗାଧର ନାୟକ, ସରସ୍ୱତୀ ସାହୁ, ସୋନାଲିକା ସାହୁ, ସୁବୋଧ କୁମାର ସାହୁ, ଶଶୀଶେଖର କରଶର୍ମା, ଶତ୍ରୁଘ୍ନ ପରିଡ଼ା, ଜିତେନ୍ଦ୍ର ନାୟକ, ବିଜୟ ମଜୁମଦାର, ସୁଦର୍ଶନ ବେହେରା, କୃପାସିନ୍ଧୁ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.