Home ଜିଲ୍ଲା ପରିକ୍ରମା ନନ୍ଦପୁର ଦୁର୍ଗାମଣ୍ଡପ ନିକଟରେ ଭକ୍ତଙ୍କୁ ଜଡିବୁଟି ପଣା ବଣ୍ଟନ

ନନ୍ଦପୁର ଦୁର୍ଗାମଣ୍ଡପ ନିକଟରେ ଭକ୍ତଙ୍କୁ ଜଡିବୁଟି ପଣା ବଣ୍ଟନ

23

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ମା ଦୁର୍ଗାଙ୍କ ମଣ୍ଡପ ନିକଟରେ ମହାଷ୍ଟମୀ ଅବସରରେ ଭକ୍ତମାନଙ୍କୁ ଜଡ଼ିବୁଟି ପଣା ବଣ୍ଟନ କରାଯାଇଛି । ନନ୍ଦପୁର ଜଗନ୍ନାଥ କମିଟି ତତ୍ୱାବଧାନରେ ଏବଂ ବାରିକଛକ ସ୍ଥିତ ଦତ୍ତାତ୍ରେୟ ଶାନ୍ତି ତପୋବନ ସହଯୋଗରେ ଗଗନ ଗୁରୁଜୀୟ ଜଡିବୁଟି ପଣା ଶ୍ରଦ୍ଧାଳୁମାନଙ୍କୁ ବିତରଣ କରାଯାଇଛି । ପିଲାମାନଙ୍କ ପାଇଁ କୁସୁମ ପଣା ଏବଂ ବୟସ୍କଙ୍କ ପାଇଁ ବାଟପଣା ବଣ୍ଟନ କରାଯାଇଛି । ଏହି ପଣା ୫୦ପ୍ରକାର ଜଡିବୁଟିରୁ ପ୍ରସ୍ତୁତ ହେଉଥିବାରୁ ଏହାର ସେବନ ଦ୍ୱାରା ଆଣଣ୍ଠୁଗଣ୍ଠି ଫୁଲା, ଦେହ ଯନ୍ତ୍ରଣା, ଗୋଡ଼ହାତ ଫୁଲିବା, ବାତ ଓ ଗଣ୍ଠିବାତ, ପକ୍ଷାଘାତ, ଦେହ ଥରିବା ଓ ମଧୁମେହ ଇତ୍ୟାଦି ବିଭିନ୍ନ ରୋଗ ଯନ୍ତ୍ରଣାରୁ ଉପଶମ ମିଳିଥାଏ ବୋଲି କୁହାଯାଇଛି । ତେବେ ପଣା ସେବନ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କର ପୂଜା ମଣ୍ଡପ ନିକଟରେ ବେଶ୍ ଭିଡ଼ ଲାଗିଥିଲା । କମିଟିର ସଭାପତି ପ୍ରମୋଦ ମହାଳିକ, ସମ୍ପାଦକ ସନ୍ତୋଷ ମହାରଣା, କୋଷାଧ୍ୟକ୍ଷ ଅଭୟ ନାଥଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଦତ୍ତାତ୍ରୟ ଶାନ୍ତି ତପୋବନର କର୍ମକର୍ତ୍ତା ଏହି ପଣା ବିତରଣରେ ସହଯୋଗ କରିଥିଲେ । ଜଗନ୍ନାଥ କମିଟି ପକ୍ଷରୁ ପୂଜା ସମୟରେ ପ୍ରତିଦିନ ମଣ୍ଡପ ଓ ରାସ୍ତା ସଫେଇ କାର୍ଯ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.