Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ‘ନବରାଗ’ର ପୂଜା ବିଶେଷାଙ୍କ ପାଠକାର୍ପିତ, ପାଲା ଗାୟକ ତ୍ରିଲୋଚନ ପଣ୍ଡା ସମ୍ବର୍ଦ୍ଧିତ

ପ୍ରଜ୍ଞାପୀଠରେ ‘ନବରାଗ’ର ପୂଜା ବିଶେଷାଙ୍କ ପାଠକାର୍ପିତ, ପାଲା ଗାୟକ ତ୍ରିଲୋଚନ ପଣ୍ଡା ସମ୍ବର୍ଦ୍ଧିତ

6

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର କେଶବନଗର ସ୍ଥିତ ‘ପ୍ରଜ୍ଞା ପୀଠ’ରେ ସାହିତ୍ୟ ପତ୍ରିକା ‘ନବରାଗ’ର ପୂଜା ବିଶେଷାଙ୍କର ପାଠକାର୍ପଣ ଓ ବିଶିଷ୍ଟ ପାଲା ଗାୟକ ତ୍ରିଲୋଚନ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଲଲାଟେନ୍ଦୁ ମହାନ୍ତି ପୌରୋହିତ୍ୟ କରିଥିଲେ । ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦ ଯୋଗ ଦେଇ ଓଡ଼ିଶାର ପତ୍ରପତ୍ରିକାର ବର୍ତ୍ତମାନର ସ୍ଥିତି ଓ ଆଗାମୀ ଦିନରେ ଏହା କେଉଁ ସ୍ଥିତିରେ ପହଞ୍ଚିବ ସେ ସମ୍ପର୍କରେ କହିଥିଲେ । ଅନ୍ୟତମ ବକ୍ତା ଡ. ରାମଚନ୍ଦ୍ର ପଣ୍ଡା ତାଙ୍କ ବକ୍ତବରେ ‘ନବରାଗ’ ପତ୍ରିକା ଅନ୍ୟ ପତ୍ରିକାଗୁଡ଼ିକଠାରୁ କିପରି ଭିନ୍ନ ସେ ସମ୍ପର୍କରେ କହିଥିଲେ । କବି ହୃଦାନନ୍ଦ ପାଣିଗ୍ରାହୀ ପତ୍ରିକାରେ ଲେଖାର ମାନବୃଦ୍ଧି ସଂକ୍ରାନ୍ତରେ ମତପୋଷଣ କରିଥିଲେ ।

ପରେ ଅତିଥିଙ୍କ ଗହଣରେ ପତ୍ରିକାର ସହସମ୍ପାଦିକା ମଧୁସ୍ମିତା ନାୟକଙ୍କ ସହଯୋଗରେ ‘ନବରାଗ’ ପତ୍ରିକାକୁ ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ପାଲାଗାୟକ ତ୍ରିଲୋଚନ ପଣ୍ଡାଙ୍କୁ ‘ଆମେ’ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସୀର୍କା, କବି ଭରତ ଦାଶ, ଡ. ପ୍ରଫୁଲ୍ଲ କୁମାର ସାହୁ, କୁସୁମ ମଞ୍ଜରୀ ଦାସ, ନାଟ୍ୟଶ୍ରୀ ନିର୍ମଳ ରାଉତ, ମହେନ୍ଦ୍ର ଧଳ, ଜୟନ୍ତ ନାୟକ, କୃପାସିନ୍ଧୁ ନାୟକ, ଡ. ଅବନୀ ପ୍ରଧାନ, ଡ. ସୁଦର୍ଶନ ବାରିକ, ବିଭୁତି ସେନାପତି, ଦୀପକ ତ୍ରିପାଠୀ, ଶ୍ୟାମସୁନ୍ଦର ମିଶ୍ର, ସନ୍ତୋଷ କୁମାର ଓଝା, ବୀଣାପାଣି ତ୍ରିପାଠୀ, ଅନନ୍ୟା ନାୟକ, ଅର୍ଣ୍ଣବ ସାମଲ, ପ୍ରତ୍ୟୁଷା ନାୟକ, ଶଶିକାନ୍ତ ସାମଲ, ଅନ୍ୱେଷ ସାମଲ, କାଳିନ୍ଦୀ ମଲ୍ଲିକ, ଦିଗମ୍ବର ଗୋସ୍ୱାମୀ, କବି ଅରୂପାନନ୍ଦ ନାୟକ, ଅତୁଲ ନାୟକ, ଆଲୋକ ନାୟକ, ରଞ୍ଜନ ଦଳେଇ, ଅମ୍ଳାନ ନାୟକ, ମୃତ୍ୟୁଞ୍ଜୟ ସାମଲ, ଅରୁଣ ସାହୁଙ୍କ ସମତେ ବହୁ ସାହିତ୍ୟିକ, ସାମ୍ବାଦିକ, କବି ଯୋଗ ଦେଇଥିବା ବେଳେ ରଜତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.