Home ଜିଲ୍ଲା ପରିକ୍ରମା ବଧୂହତ୍ୟା ଅଭିଯୋଗ; ବାଂଶଡା ଥାନା ଓ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ତଦନ୍ତ ଆରମ୍ଭ

ବଧୂହତ୍ୟା ଅଭିଯୋଗ; ବାଂଶଡା ଥାନା ଓ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ତଦନ୍ତ ଆରମ୍ଭ

57

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବାଂଶଡା ଥାନା ଅଧୀନସ୍ଥ ଗାରଡପୁର ଗ୍ରାମରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନରେନ୍ଦ୍ରପୁର ଗ୍ରାମର ବିଜୟ ନାୟକଙ୍କ କନ୍ୟା ପଦ୍ମଲତା ଗାରଡପୁର ଗ୍ରାମର ଗାଣ୍ଡୁଆ ବିଶ୍ୱାଳଙ୍କୁ ୧୫ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ପଦ୍ମଲତାଙ୍କ ସ୍ୱାମୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ଏହାର ସୁଯୋଗରେ ସଂପତ୍ତି ଲୋଭରେ ଗାଣ୍ଡୁଆଙ୍କ ଭାଇ ପପୁ ପଦ୍ମଲତାକୁ ମାରିଦେଇଥିବାର ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ମା’ ମଲ୍ଲୀ ନାୟକ । ଏବେ ପଦ୍ମଲତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଓ ୮ ବର୍ଷର ଗୋଟିଏ ଝିଅ ରହିଛି । ତେବେ ନିଜ ଘରେ ଫାଶୀ ଅବସ୍ଥାରେ ପଦ୍ମଲତାର ଶବକୁ ଦେଖାଯାଇଛି । ମାତ୍ର ପଦ୍ମଲତାଙ୍କ ମା’ଙ୍କ ଅଭିଯୋଗ ମୂଳେ ସଂପତ୍ତି ଲୋଭରେ ତାର ସ୍ୱାମୀଙ୍କ ଭାଇ ପପୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଛନ୍ତି । ଏହି ବଧୂହତ୍ୟା ଘଟଣାକୁ ଚପାଇ ଦେବାକୁ କିଛି ବ୍ୟକ୍ତିଙ୍କ ମାଧ୍ୟମରେ ଅଭିଯୁକ୍ତ ପପୁ ବିଶ୍ୱାଳ ଗଣମାଧ୍ୟମ ଓ ପୁଲିସ୍‌ଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ପରେ ଅଭିଯୁକ୍ତ ପପୁ ମୃତା ପଦ୍ମଲତାଙ୍କ ପିତ୍ରାଳୟଙ୍କୁ କେଶ୍‌ଟିକୁ ଚପାଇ ଦେବାକୁ କିଛି ଦଲାଲ୍ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରୟାସ କରିଥିଲେ । ମାତ୍ର ତାହା ସଫଳ ହୋଇନଥିଲା । ଖବର ପାଇ ବାଂଶଡା ଥାନାଧିକାରୀ ଓ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପହଞ୍ôଚ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.