Home ଜିଲ୍ଲା ପରିକ୍ରମା ଜିଲା ପ୍ରଶାସନ ଓ ନେସ୍କୋ ପକ୍ଷରୁ ଧାମରା ଅଂଚଳକୁ ପଲିଥିନ୍ ରୋଲ୍ ଓ ବିଦ୍ୟୁତ୍ ସାମଗ୍ରୀ...

ଜିଲା ପ୍ରଶାସନ ଓ ନେସ୍କୋ ପକ୍ଷରୁ ଧାମରା ଅଂଚଳକୁ ପଲିଥିନ୍ ରୋଲ୍ ଓ ବିଦ୍ୟୁତ୍ ସାମଗ୍ରୀ ପଠାଗଲା

45

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୟାସ୍ ଜନିତ ବାତ୍ୟା ଓ ବନ୍ୟା ପ୍ରଭାବରେ ଏବେବି ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ଧାମରା, ଯଶିପୁର ଭଳି ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଛି । ଏଣୁ ଭଦ୍ରକ ନେସ୍କୋ ପକ୍ଷରୁ ଆଜି ଜିଲା ଆଞ୍ଚଳିକ ପରିବହନ ବିଭାଗ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଟ୍ରାକ୍ଟର ଯୋଗେ ମରାମତି ଉପକରଣ ପଠାଯାଇଛି । ଅନୁରୂପ ବାସୁଦେବପୁର, ଧାମରା ଓ ଚାନ୍ଦବାଲି ଭଳି ତଳିଆ ଅଂଚଳର କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ କୋଲକାତାରୁ ଆସିଥିବା ପଲିଥିନ୍ ରୋଲ୍ ପଠାଯାଇଛି । ଏଠାରେ ସୂଚନାଯୋଗ୍ୟ ୟାସ୍ ବାତ୍ୟା ଜନିତ ବନ୍ୟା ଯୋଗୁଁ ଏବେବି ଉପରୋକ୍ତ ଅଂଚଳର ବହୁ ଗ୍ରାମ ଏବେବି ଜଳଘେରରେ ରହିଛି । ଏବଂ ବହୁ ଲୋକଙ୍କ କଚ୍ଚାଘର ଭାଙ୍ଗିଯାଇଥିବାରୁ ସେମାନେ ବେଘର ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.