Home ଓଡ଼ିଶା ବଧିପାଟଣା ରୁ ନିଖୋଜ ଶିଶୁ କନ୍ୟା ହରପ୍ରିୟାର ଗଳିତ ଶବ ଗାଡିଆରୁ ଉଦ୍ଧାର

ବଧିପାଟଣା ରୁ ନିଖୋଜ ଶିଶୁ କନ୍ୟା ହରପ୍ରିୟାର ଗଳିତ ଶବ ଗାଡିଆରୁ ଉଦ୍ଧାର

32

ନୟାଗଡ/୧୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅର୍ନ୍ତଗତ ବଧିପାଟଣା ଗ୍ରାମର ଶିଶୁ କନ୍ୟା ହରପ୍ରିୟା (୩)ର ନିଖୋଜ ଘଟଣା ସାରା ନୟାଗଡ ଜିଲ୍ଲା ରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା । ଦମ୍‌କଳ ବାହିନୀ ଓ ଓଡ୍ରାଫ୍ ଟିମ୍ କୁଅ ପୋଖରୀ ଖୋଜି ନିରାଶ ହେବା ପରେ ହରପ୍ରିୟା ଅପହରଣ ହୋଇଥିବା ସଂନ୍ଦେହ ଦୃଢିଭୁତ ହୋଇଥିଲା । ଫଳରେ ନୟାଗଡ ପୋଲିସ ତରଫରୁ ୫ ଗୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି କିିଛି ଫେରିବାଲା ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିଲା । କିନ୍ତୁ ମଙ୍ଗଳବାର ଦିବା ୧୦ ଘଟିକା ସମୟରେ ହରପ୍ରିୟା ସାମ୍ନାଘର ବାଡିପଟ ତଅଁଳା ସାହି ନିକଟ ଏକ ପରିତକ୍ତ ଗାଡିଆରେ ଶିଶୁ କନ୍ୟା ହରପ୍ରିୟା ର ଗଳିତ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ଦମ୍‌କଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଉକ୍ତ ପରିତ୍ୟକ୍ତ ଗାଡିଆ ଖୋଜିନଥିବା ସ୍ଥାନୀୟ ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ ।
ଗଳିତ ଶବ ମିଳିବା ପରେ ନୟାଗଡ ଆରକ୍ଷ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ବଧିପାଟଣା ଗ୍ରାମରେ ପହଂଚି ସ୍ଥାନୀୟ ତହସିଲଦାର ସଂଜୟ କୁମାର ସାମନ୍ତରାୟ ଓ ଫୋରେନ୍‌ସିକ୍ ଦଳ ଉପସ୍ଥିତି ରେ ଭିଡିଓ ଗ୍ରାଫି କରି ଶବ ଜବତ କରି ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ବୁଧବାର ସକାଳୁ ଫୋରେନ୍‌ସିକ୍ ଟେଷ୍ଟ ସହ ପୋଷ୍ଟମଟମ୍ ପାଇଁ କଟକ ପଠାଯିବା ପାଇଁ ସ୍ଥିର କରିଥିବା ଜଣାପଡିଛି । ସରଣକୁଳ ଏସ ଡି ପି ଓ ଏସ୍ ଟପୋ , ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା, ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ, ସବ୍‌  ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଓ ମହିଳା ସବ୍ ଇନିସ୍ପେକ୍ଟର ବିଦିତା ନାୟକ ବଧିପାଟଣା ଗ୍ରାମରେ ଉପସ୍ଥିତ ରହି ତଦନ୍ତକୁ ତ୍ୱରାନ୍ୱିତ କରିଥିବା ଜଣାପଡିଛି । ହରପ୍ରିୟାର ବାପା ସଂଜୟ କୁମାର ସାହୁ ଗ୍ରାମର କୈଣସି ବ୍ୟକ୍ତି ଏଭଳି ଜଂଘନ୍ୟ ଶିଶୁ ହତ୍ୟାକାରୀ ଗାଡିଆରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ । ଫଳରେ କିଛି ସମୟ ପାଇଁ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା ।
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପ୍ରଭାତି ପରିଡା , ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ଏକ ମହିଳା ଟିମ୍ ପୋଲିସ ତଦନ୍ତରେ ଅବହେଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିଲେ । ନୟାଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ପୋଲିସ ଅବହେଳା କୁ ଖଣ୍ଡନ କରିବା ସହ ପୋଷ୍ଟବଟମ୍ ରିର୍ପୋଟ୍ ଆସିବା ପରେ ରିର୍ପୋଟ ଅନୁଯାଇ ଦୋଷୀ ବିରୋଧରେ  ଦୃଢ କାର‌୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସ୍ଥାନୀୟ ମହିଳା ସରପଞ୍ଚା ଙ୍କ ସ୍ୱାମୀ ରାଜ କିଶୋର ବଳିୟାରସିଂ ଚାରି ଦିନ କାଳ ହରପ୍ରିୟାକୁ ଖୋଜିବାରେ ପୋଲିସ କୁ ସହାୟତା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.