Home ଓଡ଼ିଶା ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

26

ହରିଚନ୍ଦନପୁର,ତା ୧୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ । ଖବର ଅନୁଯାୟୀ ଗ୍ରାମର ଶେଷ ମୁଣ୍ଡ ଜଙ୍ଗଲର ଆମ୍ବଗଛ ଡାଳରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ଗ୍ରାମ ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଯୁବକ ଜଣଙ୍କ ଉକ୍ତ ଗ୍ରାମର ନିରାକାର ସାହୁଙ୍କ ପୁଅ ଶାନ୍ତନୁ କୁମାର ସାହୁ(୨୩) ବୋଲି ଜଣାପଡ଼ିଛି । ମୃତକଙ୍କ ବାପାଙ୍କ କହିବା ଅନୁସାରେ ସୋମବାର ଦିନ ପିଠାଗୋଳା ଧାନମଣ୍ଡିରେ ଧାନ ଦେଇ ସନ୍ଧ୍ୟାରେ ଫେରି ରାତିରେ ଶୋଇଥିଲେ ଓ ବିଳମ୍ବିତ ରାତିରେ ବାହାରକୁ ଯାଇଥିଲେ । ସକାଳ ସମୟରେ କୋଳଥ ତୋଳିବାକୁ ବିଲକୁ ଯାଇଥିବାବେଳେ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଦେଖିବାକୁ ପାଇଥିଲେ । ଅନ୍ୟପଟେ ଶାନ୍ତନୁ ପିଠଗୋଳା ଧାନମଣ୍ଡିରେ ଧାନ ବିକ୍ରି ନିମନ୍ତେ ଓଜନ କରୁଥିବା ବେଳେ ଓଜନ କରୁଥିବା କର୍ମଚାରୀଙ୍କ ସହ କୌଣସି କାରଣରୁ ଝଗଡ଼ା ସୃଷ୍ଟି ହୋଇଥିଲା । ଘଟଣା ପରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ପରେ ଶାନ୍ତନୁ ଘରକୁ ଫେରି ଖାଇପିଇ ଶୋଇଥିଲେ, ହେଲେ ସକାଳ ସମୟରେ ଏହି ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିବା ସହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହ ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପାରିବାରିକ କଳହ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.