Home ଜିଲ୍ଲା ପରିକ୍ରମା କଳା କୃଷି ଆଇନ ବିରୁଦ୍ଧରେ ବାମପନ୍ଥୀ ଦଳର ବିକ୍ଷୋଭ

କଳା କୃଷି ଆଇନ ବିରୁଦ୍ଧରେ ବାମପନ୍ଥୀ ଦଳର ବିକ୍ଷୋଭ

18

ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କେନ୍ଦ୍ରର ମୋଦି ସରକାର କୃଷି ଧ୍ୱସଂକାରୀ ଓ କୃଷି ବିନାଶକାରୀ ୩ଗୋଟି କଳା କୃଷି ଆଇନ ପାରିତ କରି ଚାଷି ଓ ଚାଷକୁ ବ୍ୟବସାୟୀ ଓ କମ୍ପାନୀଙ୍କ ହାତରେ ଟେକି ଦେଲେ। କୃଷକ ଓ ନାମମାତ୍ର ଚାଷି ଠିକା ଚାଷ ଆଇନ ଦ୍ୱାରା କ୍ରୀତଦାସ ହେବାକୁ ବାଧ୍ୟ। ସରକାରୀ ମଣ୍ଡି ବଦଳରେ ଘରୋଇ ମଣ୍ଡି ଆସିବ। ତାଙ୍କ ଉପରେ କଟକଣା ନ ରହିଲେ ଫସଲର ସର୍ବନୀମ୍ନ ସହାୟକ ମୂଲ୍ୟଠାରୁ କିଣିବେ ଓ ଚାଷି ବାଧ୍ୟ ହୋଇ ବିକି କ୍ଷତିଗ୍ରସ୍ତ ହେବେ। କମ୍ପାନୀ ହାତକୁ ଚାଷ ଜମି ଚାଲିଯିବ। ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ସଂଶୋଧନ କରି ସବୁ ଜିନିଷ ଦର ବଢ଼ିବ। ସରକାରୀ ନିୟନ୍ତ୍ରଣ ଉଠିଗଲା, ଖାଉଟି ମରିବେ। ସେଥିପାଇଁ ଦିଲ୍ଲୀରେ ଚାଷୀମାନେ ଗତ ୧୯ ଦିନ ଧରି ଶୀତ କାକରରେ ପଡ଼ିଛନ୍ତି। ସରକାରୀ ନୀଦା ବିଷ୍ଣୁ, କର୍ପୋରେଟ ଦଲାଲି କରିବା ପାଇଁ ସମସ୍ତ କଳବଳ ଲଗାଇଛନ୍ତି। ଭାରତ ବନ୍ଦ ହେଲା, ଟୋଲ ଗେଟ ବନ୍ଦ ହେଲା, ଆଜି ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଓ ଅନଶନ ହୋଇଥିଲା। ଏଥିରେ ଭୀମଶେନ ସ୍ୱାଇଁ, ଅଶୋକ ପ୍ରଧାନ, କୃଷ୍ଣ ରାଉତ, କିଷାନ ପଟ୍ଟନାୟକ, ସମ୍ପାଦକ ସରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପ୍ରଦୀପ ମହାନ୍ତି, ମନୋରଞ୍ଜନ ପରିଡ଼ା, ରଞ୍ଜିତ ନାୟକ, ପୂର୍ଣ୍ଣ ମୁଦୁଲି, ରବି ପ୍ରଧାନ, କୃଷ୍ଣ ପ୍ରଧାନ, ରାମ ମହାରଣା, ପ୍ରତାପ ଚିନେରା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.