Home ଓଡ଼ିଶା ବଣୁଆ ଛତୁ ଖାଇ ଗୋଟିଏ ପରିବର ରୁ ଗର୍ଭବତୀ ମହିଳା ଓ ଶିଶୁ ସହିତ ୭ଜଣ...

ବଣୁଆ ଛତୁ ଖାଇ ଗୋଟିଏ ପରିବର ରୁ ଗର୍ଭବତୀ ମହିଳା ଓ ଶିଶୁ ସହିତ ୭ଜଣ ଅସୁସ୍ଥ, ଜିଲ୍ଲା ହସପିଟାଲରେ ଚିକିତ୍ସିତ ।

86

ମାଲକାନଗିରି,୧୬ା୯ (ଓଡିଆ ପୁଅ ) ବଣୁଆ ଛତୁଖାଇ ଗୋଟିଏ ପରିବାରରୁ ଜଣେ ଗର୍ଭବତୀ ମହିଳା ଓ ଶିଶୁ ସିହତ ୭ଜଣ ଅସୁସ୍ଥ ହୋଇ ଜିଲ୍ଲାସଦର ମହକୁମା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ୧୧୯କଲୋନୀ ଖ୍ରୀଷ୍ଟିୟାନ ସାହିର ସେବକ କଛପ(୬୩),ତାଙ୍କ ପତ୍ନୀ ଆସ୍ପାସିଆନ କଛପ(୫୨),ବଡ ପୁଅ ପ୍ରଶାନ୍ତ କଛପ(୩୦),ସାନପୁଅ ସଲମନ କଛପ(୧୯),ଝିଅ ଗୀତା କଛପ(୨୨),୬ମାସର ଗର୍ଭବତୀ ପୁତ୍ର ବଧୂ ଝରଣା କଛପ(୨୫),ନାତୁଣି ମହିମା କଛପ(୭) ବୁଧବାର ମଧ୍ୟହ୍ନ ଭୋଜନରେ ଛତୁ ତରକାରୀ ଖାଇଥିଲେ । ଖାଇବା ପରେ ଅପରାହ୍ନରେ ସମସ୍ତେ ଝାଡା ବାନ୍ତି କରି ଅସୁସ୍ଥ ହୋଇପଡିଥିଲେ । ପରିବାର ର ସମସ୍ତ ସଦସ୍ୟଙ୍କୁ ଝାଡା ବାନ୍ତି ହେବା ଓ ଏହା ବେଳକୁ ବେଳ ବଢିବାରୁ ପାଖ ପଡୋଶୀ ମାନଙ୍କ ସହାୟତାରେ ବୁଧବାର ସନ୍ଧ୍ୟାରେ ଜିଲ୍ଲାହସପିଟାଲକୁ ଯାଇ ଚିକିତ୍ସା ହୋଇଥିଲେ । ହସପିଟାଲରେ ପହଁଚିଲା ପରେ ସଙ୍ଗେ ସଙ୍ଗେ ଡାକ୍ତର ମାନେ ଚିକିତ୍ସା ଆରମ୍ଭ କରିଦେଇଥିଲେ । ହସପିଟାଲରେ ପହଁଚିବାରେ ବିଳମ୍ବ ହୋଇଥିଲେ ଗର୍ଭବତୀ ମହିଳା ଓ ଶିଶୁର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି । ପରିବାର ଲୋକ ମାନେ ବଣୁଆ ବିଷାକ୍ତ ଛତୁଖାଇ ଥିବାରୁ ସେମାନଙ୍କର ଫୁଡଫଏଜନ କାରଣରୁ ଝାଡା ବାନ୍ତି ହୋଇଛି, ଗତ ଦୁଇଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବାରୁ ସେମାନେ ଏବେ ବିପଦ ମୁକ୍ତ ଅଛନ୍ତି, ତଥାପି ସମ୍ପୁଣ୍ଣ ର୍ ସୁସ୍ଥ ହୋଇ ନଥିବାରୁ ଆଉ ୨୪ଘଟାଂ ସେମାନଙ୍କୁ ଅବଜବ ର୍ସେନ ରେ ରଖା ଯାଇ ଚିକିତ୍ସା ଚାଲୁ ରହିବ, ସୁସ୍ଥ ହୋଇଗଲାପରେ ଶୁକ୍ରବାର ଦିନ ସେମାନଙ୍କୁ ହସପିଟାଲ ରୁ ଡିସଚାର୍ଜ କରାଯିବ ବୋଲି ଚିକିତ୍ସା କରୁଥିବା ଭେଷଜ ବିଶେଜ୍ଞ ଡାକ୍ତର ପ୍ରଫୁଲକୁମାର ବେହେରା କହିଛନ୍ତି । ସୁଚନା ଥାଉକି ବୁଧବାର ଦିନ ସେବକଙ୍କ ଝିଅ ଗୀତା ନିକଟସ୍ଥ ବଣ୍ଡାବାକୁଲିଗୁଡା ପୋଖରୀ ହୁଡା ବଣରେ ଫୁଟିଥିବା ଗୁଡାଏ ଛତୁ ତୋଳି ଘରକୁ ଆଣିଥିଲା,ତାକୁ ମଧ୍ୟାହ୍ନ ଭୋଜନରେ ତରକାରି ରାନ୍ଧି ପରିବାର ଲୋକେ ଖାଇଥିଲେ । ଏହି ତରକାରି ଖାଇବାପରେ ପ୍ରଥମେ ଶିଶୁ କନ୍ୟା ଓ ଗର୍ଭବତୀ ମହିଳାଙ୍କର ଝାଡା ବାନ୍ତି ଆରମ୍ଭ ହୋଇ ଯାଇଥିଲା । ତାର କିଛି ସମୟପରେ ପରିବାରର ସାତଜଣ ଯାକ ଝାଡା ବାନ୍ତି କରି ବେହାଲ ହୋଇପଡିଥିଲେ । ଏମିତି କି ସେମାନଙ୍କର ଚାଲିବା ସମ୍ଭବପର ହୋଇନଥିଲା, ପାଖ ପଡୋଶୀ ଏହା ଦେଖି ସେମାନଙ୍କୁ ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.