Home କୋରାପୁଟ କଫି ବୋର୍ଡ ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କ କୋରାପୁଟ ଗସ୍ତ

କଫି ବୋର୍ଡ ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କ କୋରାପୁଟ ଗସ୍ତ

43

କୋରାପୁଟ ୧୬-୦୯(ଓଡିଆ ପୁଅ /ରଂଜନ ଦାସ)କଫି ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଏମ.ଏମ.ବୋଜେଙ୍କ ସହ ଅନ୍ୟାନ୍ୟ ସଦସ୍ୟ କୋରାପୁଟ ଗସ୍ତ କରିଥିବା ଜଣାପଡିଛି ।କୋରାପୁଟସ୍ଥିତ କଫି ବୋର୍ଡ କାର୍ଯ୍ୟାଳୟ ପରିସରରେ କରାଯାଇଥିବା କଫି ଚାଷ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ କଫି ଚାଷୀମାନେ ଭବିଷ୍ୟତରେ କିପରି ସୁବିଧା ପାଇପାରିବେ ସେଥି ନିମନ୍ତେ ବୋର୍ଡରେ ଆଲୋଚନା କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।କଫି ବୋର୍ଡରେ ଓଡିଶାର ସଦସ୍ୟ ରଖିବାକୁ ପ୍ରସ୍ତାବ ଦିଆଯାଇଥିବା କୋରାପୁଟ ଜିଲ୍ଲା କଫି  ଗ୍ରୋଓରସ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।ବୋର୍ଡର ଉପାଧ୍ୟକ୍ଷ ଡକ୍ଟର ଜି.ଏସ.ମହାବାଲା , ଗବେଷଣା ନିର୍ଦ୍ଦେଶକ ଡକ୍ଟର ଏନ.ସୂର୍ଯ୍ୟପ୍ରକାଶ ରାଓ , କୋରାପୁଟ କଫି  ବୋର୍ଡର  ଏସଏଲଓ ଉପେନ୍ଦ୍ର କୁମାର ସାହା , କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ଉପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.