Home କେନ୍ଦୁଝର ବଞ୍ଚୋରେ ୨୦୯ଜଣଙ୍କୁ କରୋନା ଟୀକା

ବଞ୍ଚୋରେ ୨୦୯ଜଣଙ୍କୁ କରୋନା ଟୀକା

33

ହାଟଡ଼ିହି, ୧୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ବଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ କରୋନା ଟୀକାକରଣ ଶିବିର କରାଯାଇ ୨୦୯ଜଣଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯାଇଛି । ବଞ୍ଚୋ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ପଞ୍ଚାୟତ ପକ୍ଷରୁ ସଚେତନତା କରାଯିବା ସହ କରୋନା ଟେଷ୍ଟିଂ ମଧ୍ୟ କରାଯାଇଥିଲା । ବଞ୍ଚୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣଙ୍କ ଉଦ୍ୟମ କ୍ରମେ ଆଜି ଏଠାରେ ଶିବିର କରାଯାଇ ୪୫ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ଟୀକାକରଣ କରାଯାଇଥିଲା । ଏଥିରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ହେମନ୍ତ କୁମାର ଜେନା, ସୁପରଭାଇଜର ମଧୁସୁଦନ ସାମଲ, ଏଏନଏମ ସଶ୍ମିତା ଗୁଇଁ, ଭେକ୍ସିନେଟର ସୁପ୍ରଭା ବଳ, ମୋନାଲିସା ଘଡେଇ, ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ମହାନ୍ତି, ଆସପେୟାର ସ୍ୱେଚ୍ଛାସେବୀ ସୁନିଲ କୁମାର ବରାଳ ପ୍ରମୁଖ ଯୋଗଦେଇ ୨୦୯ଜଣଙ୍କୁ ଟୀକା ଦେଇଥିଲେ । ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ରମେଶ ବିଶ୍ୱାଳ, ଖଗେଶ୍ୱର ଜେନା, ଦୁର୍ଯ୍ୟୋଧନ ଜେନା, ନାକଫୋଡି ଜେନା, ଜଗତ ବରାଳ, ଆଶାକର୍ମୀ ମାଳତୀ ଜେନା, ମନୋରମା ଜେନା, ସଞ୍ଜୁଲତା ମୁଦୁଲି ପ୍ରମୁଖ ଟୀକା କରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.