Home ଅନୁଗୁଳ ଜଗନ୍ନାଥପୁର ଗ୍ରାମ ପଂଚାୟତ ୭ଦିନ ପାଇଁ ସଟ୍ ଡାଉନ୍

ଜଗନ୍ନାଥପୁର ଗ୍ରାମ ପଂଚାୟତ ୭ଦିନ ପାଇଁ ସଟ୍ ଡାଉନ୍

143

ତାଳଚେର(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତକୁ ୭ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଜୁଲାଇ ୧୧ତାରିଖ ଅର୍ଥାତ ଶନିବାର ଦିନ ଉକ୍ତ ପଂଚାୟତରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାର ସରପଂଚ ନରେନ୍ଦ୍ର ନାହାକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୨ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ସକାଶେ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମ ପଂଚାୟତର ପ୍ରମୁଖ ରାସ୍ତା ସିଲ୍ କରାଯିବା ସହ ଲୋକମାନଙ୍କ ଯାଆସରେ ମଧ୍ୟ ରୋକ୍ ଲାଗଯାଇଛି । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ଔଷଧ ଦୋକାନ,ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କାର୍ଯ୍ୟରତ କର୍ମୀ,ଜଳ ଯୋଗାଣ ଓ ପରିମଳ କାର୍ଯ୍ୟ,ବିଦ୍ୟୁତ ଯୋଗାଣ ଓ ବଂଟନ,ରେଳ ଯାତାୟତ,ଶିିଳ୍ପାନୁଷ୍ଠାନ (୫୦% କର୍ମଚାରୀ), ପେଟ୍ରୋଲ ପମ୍ପ,ରାଜ୍ୟ ରାଜପଥ ଆଦି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖି ହାତ ଧୋଇବା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଜନସାଧାରଣ ଆତଙ୍କିତ ନହୋଇ ଉକ୍ତ ସଟ୍ ଡାଉନ୍ ପଦକ୍ଷେପକୁ ସମର୍ଥନ ଜଣାଇ ଘରେ ସୁରକ୍ଷିତ ରହିବାସହ ଅନ୍ୟକୁ ସୁରକ୍ଷିତ ରଖିବାକୁ ସରପଂଚ ଶ୍ରୀ ନାହାକ ପଂଚାୟତବାସୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.