Home ଓଡ଼ିଶା ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ପୋଲିସ ବିଭାଗ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ

ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ପୋଲିସ ବିଭାଗ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ

107

ବାଲିଗୁଡା, ୨୨/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଉ କେଇଟା ଦିନ ପରେ ଆସୁଛି, ଖ୍ରୀଷ୍ଟ ସମ୍ପ୍ରଦାୟ ମାନଙ୍କର ବଡ଼ପର୍ବ ଡିସେମ୍ବର ୨୫ ବା ବଡ଼ଦିନ। ଏହିପରି ପ୍ରେକ୍ଷିରେ ସମଗ୍ର ବାଲିଗୁଡା ସହର ଚଳଚଞ୍ଚଳ ହୋଇ ଉଠିଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରୁ ସମଗ୍ର ସହର ପରିକ୍ରମା କରି ମହାଲକ୍ଷ୍ମୀ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ଫ୍ଲାଗ ମାର୍ଚ୍ଚ ଆୟୋଜନ ହୋଇଥିଲା। ସୂଚନାଯୋଗ୍ୟ ଯେ, ୨୦୦୭ଓ ୨୦୦୮ ମସିହାରେ ହୋଇଥିବା ସମ୍ପ୍ରଦାୟିକ ଦଙ୍ଗାକୁ ଆଖି ଆଗରେ ରଖି ସେହି ଦିନ ଠାରୁ ବଡଦିନ ନିକଟତର ହେଲେ ଏହି ଫ୍ଲାଗମାର୍ଚ୍ଚ କରାଯାଉଛି। ଏହି ଫ୍ଲାଗମାର୍ଚ୍ଚରେ ସବ ଇନସପେକେଟର ଶିବ ଶଙ୍କର ଆଲଦାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ। ସାମୁହିକ ପ୍ରାଥନା, ବାଇବେଲ ପଠନ ପାଇଁ ପ୍ରାଥନା ଗୃହ ସମେତ ଚର୍ଚ୍ଚ ଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଉଛି। ୨୪ତାରିଖ ମଧ୍ୟରାତ୍ରିରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ, ଏଥିପାଇଁ ସେହି ରାତିରେ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ରାତି ଉଜାଗର ରହିବା ସହ ପର୍ବକୁ ଆନନ୍ଦର ସହ ପାଳନ କରିବେ। ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.