Home ଓଡ଼ିଶା ଗରିବ ଖଟିଖିଆଙ୍କ ଘରଘର ବୁଲି ସଚେତନ କରାଇବା ସହ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟିଲେ...

ଗରିବ ଖଟିଖିଆଙ୍କ ଘରଘର ବୁଲି ସଚେତନ କରାଇବା ସହ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟିଲେ ସମାଜସେବୀ ଦିଲୁ ସ୍ୱାମୀ

492

ବଡ଼ବିଲ ,ତା ୨୮ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
ସମଗ୍ର ବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷ ଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦ ପଡିନାହିଁ ଆମ ରାଜ୍ୟ ଓଡ଼ିଶା । କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍ ତତ୍ପରତା ଦେଖାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ବହୁ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସମସ୍ତ ରାସନକାର୍ଡ ଥିବା ପରିବାରକୁ ୩ମାସର ରାସନ ସାମଗ୍ରୀ ଆଗୁଆ ଯୋଗାଇ ଦେଇଛନ୍ତି । କିନ୍ତୁ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଇଥିବା ବେଳେ ଖଟିଖିଆ ଦିନମଜୁରିଆ ଲୋକମାନଙ୍କ ପାଇଁ ଏହାମାତ୍ର ୫ଦିନର ଖାଦ୍ୟ । ଫଳରେ ଉକ୍ତ ଲୋକମାନେ ଲକ୍ ଡାଉନ୍ ସମୟରେ ବାକି ଦିନର ଖାଦ୍ୟ ଯୋଗାଡ଼ ପାଇଁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି । ଲକ୍ ଡାଉନ୍ ଘୋଷଣା ପରେ ମଧ୍ୟବିତ୍ତ, ଖଟିଖିଆ, ଦିନମଜୁରିଆଙ୍କ ପରିବାର ଗୁଡିକ ପାଇଁ ଯଦିଓ କଷ୍ଟଦାୟକ ହେଉଛି ତଥାପି ସମର୍ଥନ କରିଛନ୍ତି । ତେବେ ଲକ୍ ଡାଉନ୍ ଜୀବନ ଜୀବିକାକୁ ପ୍ରଭାବିତ କରି ଅସ୍ତବ୍ୟସ୍ତ କରିପକାଉଛି । ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି ସମାଜସେବୀ ଦିଲୁ ସ୍ୱାମୀ । ଏଅଞ୍ଚଳର ଦିବ୍ୟାଙ୍ଗ, ଭୂମିହୀନ, ଖଟିଖିଆ, ଦିନମଜୁରିଆ ଗରିବଙ୍କ ଘରେ ଘରେ ପହଞ୍ଚି ଲୋକଙ୍କୁ ଆଳୁ, ପିଆଜ, ଡିଆସିଲି, ବିସ୍କୁଟ, ଲୁଣ, ଡାଲି, ଚାଉଳ, ସାବୁନ, ମାସ୍କ ଆଦି ସାମଗ୍ରୀ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇ ଗାଁ ଗାଁ ବୁଲି ବଣ୍ଟନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଏହିସବୁ ସାମଗ୍ରୀ ଯୋଗାଇ ଦେବେ ବୋଲି ଦିଲୁ ସ୍ବାମୀ କହିଛନ୍ତି । ଏଥିସହ ଲୋକମାନେ କିପରି କରୋନା ସଂକ୍ରମଣରୁ ଦୂରେଇ ରଖିବେ ସେ ସମ୍ପର୍କରେ ସଚେତନ ମଧ୍ୟ କରାଉଛନ୍ତି । ଆଜି ଟାଟାହାଟିଙ୍ଗ ୬ନଂ ୱାର୍ଡରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ସମସ୍ତ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଘର ନିକଟସ୍ଥ ଗରିବ ଶ୍ରେଣୀର ଲୋକମାନେ ତାଙ୍କ ଘରୁ ମଧ୍ୟ ଏହିସବୁ ସାମଗ୍ରୀ ନେଉଛନ୍ତି । ଏହି କାର୍ଯ୍ୟରେ ଦିଲୁ ସ୍ୱାମୀଙ୍କୁ ତାଙ୍କ ଧର୍ମପତ୍ନୀ ସୁନିତା ସ୍ୱାମୀ ପୂର୍ଣ୍ଣ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.