Home ଓଡ଼ିଶା ଆତଙ୍କବାଦ ବିରୋଧରେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କର୍ମଶାଳା

ଆତଙ୍କବାଦ ବିରୋଧରେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କର୍ମଶାଳା

106

ଭୁବନେଶ୍ଵର,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶାରେ ପହଞ୍ଚିଛନ୍ତି ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଓ ଏନ୍‌ଆଇଏ ଆଇଜି ଜିପି ସିଂହ । ଗତକାଲି ସନ୍ଧ୍ୟାରେ ଏହି ଦୁଇ ଅଧିକାରୀ ପହଞ୍ଚିବା ପରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଆଜି ପୋଲିସ ଭବନରେ ଆତଙ୍କବାଦ ମାମଲାର ତଦନ୍ତ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହେବାର ଅଛିି । ଯେଉଁଥିରେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଖାଲି ଏତିକି ନୁହେଁ, ବରଂ ପୋଲିସ ଡିଜ ବିଜୟ କୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.