Home ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବାଲିପାଟଣା ଛକ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ କଳାପତାକା...

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବାଲିପାଟଣା ଛକ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ କଳାପତାକା ପ୍ରଦର୍ଶନ

65

ଭୁବନେଶ୍ୱର ୨୫.୧୧ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ସାଂସଦ ତଥା ବିଜେପିର ଜାତୀୟ ମୁଖପାତ୍ର ଅପରାଜିତା ଷଢ଼ଙ୍ଗୀଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବାଲିପାଟଣା ଛକ ଠାରେ କଳା ପତାକା ପ୍ରଦର୍ଶନ କରାଯାଇଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି। ଶ୍ରୀ ନୱାଜ କହିଛନ୍ତି ଯେ ମୋଦି ସରକାର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ବର୍ଷକୁ ୨କୋଟି ନିଯୁକ୍ତି ଦେବେ ବୋଲି କହି ଭୋଟ ଲୁଟିନେଲେ। ୭ ବର୍ଷରେ ୧୪ କୋଟି ନିଯୁକ୍ତି ଦେବା କଥା, ମାତ୍ର ସେହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। ଯୁବକ ଯୁବତୀ ଆଜି ନିଯୁକ୍ତି ନଥିବାରୁ ରାଜରାସ୍ତାରେ ଚିତ୍କାର କରୁଛନ୍ତି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶଛୁଆଁ। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯଥା: ଡାଲି, ତେଲ ଓ ସୌଉଦା ପ୍ରଭୃତି ମଧ୍ୟମବର୍ଗର ଲୋକ ମଧ୍ୟ କିଣିବାପାଇଁ କଷ୍ଟ ଅନୁଭବ କଲେଣି। ଅନ୍ୟପକ୍ଷରେ ଦେଶକୁ ଦାନା ଦେଉଥିବା କୃଷକଙ୍କ ବିରୋଧରେ ତିନୋଟି କଳା ଆଇନ ପ୍ରଣୟନ କଲେ। ଯେଉଁ କୃଷକମାନେ ଏହାର ପ୍ରତିବାଦ କଲେ ତାଙ୍କୁ ବିଜେପି ମନ୍ତ୍ରୀ ଗାଡ଼ି ଚଢ଼େଇ ହତ୍ୟାକଲେ। ଏପରିକି କଳା କୃଷି ଆଇନକୁ ବିରୋଧ କରି ୭୫୦ ଚାଷୀଙ୍କ ମୃତ୍ୟୁ ହୋଇଛି। କୃଷକମାନଙ୍କୁ ଦେଶଦ୍ରୋହୀ, ଖଲିସ୍ଥାନି ଓ ଆନ୍ଦୋଳନଜୀବି ବୋଲି ହକି ଅପମାନିତ କଲେ। ଏଣୁ ସାଂସଦ ଅପରାଜିତାଙ୍କୁ ଆଜି ବାଲିପାଟଣା ଛକଠାରେ ଯେଉଁ ପ୍ରତିବାଦ ପ୍ରଦର୍ଶନ ହୋଇଛି ତାହା ମୋଦି ସରକାରଙ୍କର ବେରୋଜଗାର ଓ ଦରଦାମ ବୃଦ୍ଧି ତଥା ଚାଷୀ ହତ୍ୟା ପ୍ରସଙ୍ଗରେ। କେନ୍ଦ୍ରର ଏନଡିଏ ସରକାର ବିରୋଧରେ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟସାରା ତାର ପ୍ରତିବାଦ ଜାରି ରଖିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.