Home Coronavirus Outbreak ବଡହାଟରୁ ୬ଜଣଙ୍କୁ କୋଭିଡ ହସପିଟାଲକୁ ପଠାଯିବା ପରେ ଶାଢୀସଂସାର ଠାରୁ ପୁରୁଣାବସଷ୍ଟାଣ୍ଡ କଂଟେନମେଂଟ ଜୋନ ଘୋଷିତ

ବଡହାଟରୁ ୬ଜଣଙ୍କୁ କୋଭିଡ ହସପିଟାଲକୁ ପଠାଯିବା ପରେ ଶାଢୀସଂସାର ଠାରୁ ପୁରୁଣାବସଷ୍ଟାଣ୍ଡ କଂଟେନମେଂଟ ଜୋନ ଘୋଷିତ

81

କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୋରାଚଂଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡର ବଡହାଟ ଗ୍ରାମର ବଟକୃଷ୍ଣ ସାହୁଙ୍କ ପତ୍ନୀଙ୍କର ଜ୍ୱର ହୋଇ ମୃତ୍ୟୁ ହେବା ପରେ କୋଭିଡ ପ୍ରୋଟୋକଲ ଅନୁଯାଇ ପ୍ରଶାସନ ପକ୍ଷରୁ ବଟକୃଷ୍ଣଙ୍କ ପତ୍ନୀଙ୍କ ଶବକୁ କଜଳାସ୍ଥିତ ଶ୍ମସାନରେ ଶବସଂସ୍କାର କରାଯାଇଥିଲା। ଏଥିସହିତ ତାଙ୍କ ପରିବାରର ୨ଜଣଙ୍କୁ ସୋମବାର ଛତାସ୍ଥିତ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିବା ବେଳେ ଆଜି ସେହି ପରିବାରର ଅନ୍ୟ ୪ଜଣଙ୍କୁ କୋଭିଡ ହସପିଟାଲକକୁ ପଠାଯାଇଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା-ସଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଆଂଟିଜେନ ପରୀକ୍ଷାରେ ଏହି ୬ଜଣଙ୍କର କରୋନା ପଜିଟିଭ ବାହାରିବାରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇଦିଆଯାଇଥିବା ଡା- ମିଶ୍ର ସୂଚନା ଦେଇଛନ୍ତି। ଏଥିନିମନ୍ତେ ବଡହାଟର ଶାଢୀ ସଂସାର ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ଆସନ୍ତା ୪୮ଘଂଟା ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଚଂଳ ଭିତରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରୁ କେହି ଏହି ଅଚଂଳ ଭିତରକୁ ଆସିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ସଂପୃକ୍ତ ଅଂଚଳକୁ ପୈାରସଂସ୍ଥା ପକ୍ଷରୁ ସାନିଟାଇଜ କରାଯାଇଛି। ସଂପୃକ୍ତ ବ୍ୟକ୍ତିମାନଙ୍କ କଂଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ବେଳେ ସେ ଅଂଚଳ ମଧ୍ୟରେ ଥିବା ପ୍ରତ୍ୟେକ ଘରକୁ ଘର ବୁଲି କୋଭିଡ ଟିମ ଲୋକମାନଙ୍କ କୋଭିଡ ପରୀକ୍ଷା କରିବେ ବୋଲି ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.