Home କେନ୍ଦ୍ରାପଡ଼ା ଜିଲ୍ଲାରେ ଅନଲାଇନ ମାଧ୍ୟମରେ ସମସ୍ତ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇଁ ତାଲିମ ଶିବିର

ଜିଲ୍ଲାରେ ଅନଲାଇନ ମାଧ୍ୟମରେ ସମସ୍ତ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇଁ ତାଲିମ ଶିବିର

62

କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା -୪୭୨୩ ତା ୨୬-୦୬-୨୦୨୦ରିଖ ନିର୍ଦେଶ ମତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ଚଳିତ ୨୦୨୦-୨୧ବର୍ଷରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଛି। ସମସ୍ତ ହିତାଧିକାରୀ ଯଥା ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା, ଆରୋଗ୍ୟ ପ୍ରାପ୍ତ କୃଷ୍ଠରୋଗୀ, ଅସହାୟ ସ୍ୱାମୀ ପରିତ୍ୟକ୍ତା ମହିଳା, ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ-ବାଣିଶ୍ରୀ ଶିକ୍ଷାବୃତ୍ତି, ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ, ଭିନ୍ନକ୍ଷମଙ୍କୁ ବିବାହ କଲେ ପ୍ରୋତ୍ସାହନରାଶି, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅଧିନରେ ଭିନ୍ନକ୍ଷମଙ୍କୁ ମିଳୁଥିବା ସହାୟକ ଉପକରଣ ଯଥା ତିନିଚକିଆ ସାଇକେଲ, ହ୍ୱିଲଚେୟାର, ଆଶାବାଡି, ଶ୍ରବଣଯନ୍ତ୍ର, କୃତିମଅଙ୍ଗପ୍ରତ୍ୟଙ୍ଗ ପ୍ରଭୃତି ପାଇଁ ଦରଖାସ୍ତ କରିବା ଜରୁରୀ ଅଟେ। ନିଜଘରେ କିମ୍ବା ଯେକୈାଣସି ଜନସେବା କେନ୍ଦ୍ରରେ ବିଭାଗର ୱେବସାଇଟରେ ଦରଖାସ୍ତ କରିବା ଆବଶ୍ୟକ। ଆବେଦନକାରୀ ନିଶ୍ଚିତଭାବେ ଦରଖାସ୍ତ କରିବା ସମୟରେ ନିଜର ଆଧାରକାର୍ଡ, ଫଟୋ ସହ ନିଜର ଦସ୍ତଖତ କିମ୍ବା ଟିପଚିହ୍ନ ଦାଖଲ କରିବା ଆବଶ୍ୟକ। ଏହାବ୍ୟତିତ ବିଭିନ୍ନ ଯୋଜନା ପାଇଁ ବିଭିନ୍ନ ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ଭିନ୍ନକ୍ଷମଙ୍କ ପାଇଁ ୟୁଡିଆଇଡି ପ୍ରମାଣପତ୍ର ବା ପିଡବ୍ଲୁଡି ଆଇଡିକାର୍ଡ, ଅବିବାହିତ ମହିଳା ବା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ କ୍ଷେତ୍ରରେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିବା ସହ ନିଜ କିମ୍ବା ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ଦାଖଲ କରିବା ଆବଶ୍ୟକ। ଏହା ଚଳିତ ମାସରୁ ଜିଲ୍ଲାରେ ଆରମ୍ଭ କରାଯାଉଥିବାରୁ ଏଥିନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରସଂସ୍ଥାର କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଅନଲାଇନ ପ୍ରଶିକ୍ଷଣ ଶିବିର ଗତ ୧୭ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.