Home ଓଡ଼ିଶା ଯୋଡା : ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ

ଯୋଡା : ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ

30

ଯୋଡା, ୧୫ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଓଡିଆଙ୍କ ପ୍ରଧାନ ଖାଦ୍ୟ ଭାତ । ତେଣୁ ଧାନ ଆମ ରାଜ୍ୟର ପ୍ରଧାନ ଫସଲ । ଆମ ରାଜ୍ୟରେ କୃଷି ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ବଡ ପର୍ବର ମାନ୍ୟତା ପାଇଥାଏ । ଏହି ଦିନ ଚାଷି ଭାଇ ହଳ ଜ୍ୟୋତି ବିହନ ଅନୁକୂଳ କରିବାକୁ ବିଲକୁ ଯାଇଥାଏ । ବର୍ଷ ସାରାର ପରିଶ୍ରମ ଆଜି ଠାରୁ ରୀତି ନୀତି ଅନୁଯାୟି ପୁଜା ପାଠ ପରେ ଆରମ୍ଭ କରାଯାଇଥାଏ । ବର୍ଷ ତମାମ ବିଲରେ ହାଡ ଭଙ୍ଗା ପରିଶ୍ରମ କରିବାକୁ ସେ ଆଜିଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଥାଏ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଚାଷୀ ଭାଇ ତାର ଅଖିମୁଠି ଅନୁକୂଳ କରିଥିବା ଦେଖିବାକୁ ମିଳିଛି । ଯୋଡା ଭଳି ଖଣି ପ୍ରବଣ ଅଞ୍ଚଳରେ କଳ କାରଖାନା ଏବଂ ଖଣି ଖନନ ଯୋଗୁଁ ଚାଷ ଜମି ଦିନକୁ ଦିନ ସଙ୍କୋଚିତ ହେବାରେ ଲାଗିଛି । ଯାହା କିଛି ଚାଷ ଜମି ବଳକା ରହିଛି ବ୍ୟାପକ ପ୍ରଦୂଷଣ ଯୋଗୁଁ ତାହା ଧିରେ ଧିରେ ବନ୍ଧ୍ୟା ପାଲଟିବାରେ ଲାଗିଛି । କିନ୍ତୁ ଏହାରି ଭିତରୁ ଚାଷି ଭାଇଟିଏ ତାର କୌଳିକ ବୃତ୍ତିକୁ ବଜାୟ ରଖିପାରିଛି । ଯନ୍ତ୍ର ଯୁଗରେ ମଧ୍ୟ ହଳ ଲଙ୍ଗଳରେ ବଳଦ ଜୋଚି ସେ ଆଜି ବାହାରି ପଡିଛି ଚାଷ କାମ କରିବାକୁ । ଯୋଡା ବ୍ଲକ ଅଂଶେଇକଳା ପଞ୍ଚାୟତର କୋହ୍ଲହୁଣ୍ଡୁଳା ଗ୍ରାମରେ ଏକ ଆଦିବାସୀ ପରିବାର ମନୋଜ ମୁଣ୍ଡା ସକାଳୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରି ଧଳା, କଶରା ୨ଟି ବଳଦକୁ ଧରି ତାଙ୍କ ଚାଷ ଜମିରେ ଅଖିମୁଠୀ ବୁଣିଥିବା ଦେଖାଯାଇଛି । ଖଣି ପ୍ରବଳ ଅଞ୍ଚଳରେ ଚାଷ ପ୍ରତି ବିମୁଖ ହୋଇ ଉଠିଥିବା ଚାଷୀମାନଙ୍କ ମନରେ ଯଥେଷ୍ଟ ଆଶା ସଞ୍ଚାର କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.