Home କେନ୍ଦୁଝର ବଞ୍ଚୋ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

ବଞ୍ଚୋ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

35

ହାଟଡ଼ିହି, ୧୮/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ସରପଞ୍ଚ ଚମ୍ପାବତୀ ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ବିନିତା ବିଜୟିନୀ, ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପ୍ରମୁଖ ଯୋଗଦେଇ ନବୀନ ବାବୁଙ୍କର ଏହି ଜନହୀତକର ଯୋଜନା ଦ୍ୱାରା ଲୋକମାନେ କିପରି ଉପକୃତ ହେବେ ସେନେଇ ଅତିôତମାନେ ମତବ୍ୟକ୍ତ କରିବାସହ ରେସନକାର୍ଡଧାରୀ ମାନଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏଥିରେ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ନବୀନ ବାବୁଙ୍କର ଏହି ଜନହୀତକର ଯୋଜନା ଦ୍ୱାରା ଲୋକମାନେ କିପରି ଉପକୃତ ହେବେ ସେନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବ୍ଲକ ସିପି ସୁବ୍ରତ ନାୟକ, ଏସିପି ପ୍ରଶାନ୍ତ କୁମାର ସେଠୀ, ଯୋଗାଣ ବିଭାଗ ଡିଇଓ ଜୀବନ ରାଉତ, ଗ୍ରାମ୍ୟ କୃଷି କର୍ମଚାରୀ ନିରଞ୍ଜନ ସାହୁ, ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଭାକର ଖଣ୍ଡା, ଚିନ୍ତାମଣୀ ରାଉତ, ଅଶାନ୍ତ ନାୟକ, ନାକଫୋଡି ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.