Home କେନ୍ଦୁଝର ଶାଳଣିଆଁରେ ଶିଶୁ ଅଧିକାର ସପ୍ତାହ ପାଳିତ

ଶାଳଣିଆଁରେ ଶିଶୁ ଅଧିକାର ସପ୍ତାହ ପାଳିତ

35

ହାଟଡ଼ିହି-୧୮ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ଟାଟା ଷ୍ଟିଲ ଆସପାୟାର ପକ୍ଷରୁ ଶାଳଣିଆଁ ଭାଟିଆ ପଡିଆ ଠାରେ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି । ସଭାପତି କ୍ଷେତ୍ରବାସୀ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ତଥା ବର୍ଷୀୟାନ ପାଲା ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଦୋଳଗୋବିନ୍ଦ ପାଗଳ, ଶିକ୍ଷାବିତ ସୁଧାକର କୁଅଁର, ବ୍ଲକ ଇନଚାର୍ଜ କୃପାସିନ୍ଧୁ ସିଂ, ଲାଣିଙ୍ଗ କୋଅଡିନେଟର ଦିବାକର ଦାସ, ଏମଆଇଏସ ଏକାଉଣ୍ଟସ ସୁମିତ ସୁବାସିଶ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ଉନ୍ନତି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିବା ସହ ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟ ବିବାହ ଉଚ୍ଛେଦ ଆଦି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶାଳଣିଆଁ କ୍ଲଷ୍ଟରର ସିଏଫ ବିପିନି ବିହାରୀ କୁଅଁର, ଏଲଏଫ ମଧୁସ୍ମିତା ବାରିକ, ଜିପିସିଏମ ରାଜଲକ୍ଷ୍ମୀ ବେହେରା, ଲିପିନ ରାଉତ, ମାମିନା ସାହୁ, ସ୍ମିଗ୍ଧା ମହାନ୍ତି, ଦେବ ପ୍ରକାଶ ରାଉତ, ଏଲଇପି ଭାଗିରଥି ନାୟକ, ଶେଷଦେବ ବାରିକ ପ୍ରମୁଖ କାର୍ଯଞକୟମ ପରିଚାଳନା କରିଥିଲେ । ଏଥିରେ ଅଙ୍ଗନବାଡି କର୍ମୀ, ବିଦ୍ୟାଳୟ କମିଟି ସଦସ୍ୟ ସଦସ୍ୟାଙ୍କ ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.