Home କେନ୍ଦୁଝର ସେବା ଓ ସ୍ୱଚ୍ଛତାର ପ୍ରତିକ ଜ୍ୟୋତ୍ସ୍ନାଙ୍କୁ ସମ୍ବର୍ଦ୍ଧନା

ସେବା ଓ ସ୍ୱଚ୍ଛତାର ପ୍ରତିକ ଜ୍ୟୋତ୍ସ୍ନାଙ୍କୁ ସମ୍ବର୍ଦ୍ଧନା

14

ହାଟଡ଼ିହି, ୧୮/ ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସେବା ଓ ସ୍ୱଚ୍ଛତାର ପ୍ରତୀକ ସାଜିଥିବା ଜ୍ୟୋତ୍ସ୍ନା ପାତ୍ରଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଯୁବନେତା ଲାଲା ସ୍ୱାଇଁ ଜ୍ୟୋତ୍ସ୍ନାଙ୍କୁ ଶାଢ଼ୀ, କମ୍ବଳ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶ୍ୱତାରିଣୀ ମନ୍ଦିର କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ହିମାଂଶୁ କୁମାର ନାୟକ, ସୁବାସ ଚନ୍ଦ୍ର ଓଝା, ସୁଦର୍ଶନ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ୬୦ବର୍ଷ ବୟସରୁ ଉର୍ଦ୍ଧ ହେବ ଜ୍ୟୋତ୍ସ୍ନା ପାତ୍ର ତାଙ୍କ ନିଜ ଘର ଠାକୁରୁମୁଣ୍ଡା ହୋଇଥିବା ବେଳେ ସେ ନିଜ ଝିଅ ପାଖରେ ମଠଡାହିରେ ରହି ଆସୁଛନ୍ତି । ସେ ନିୟମିତ ଛେନାପଦି ମାର୍କେଟକୁ ଆସି ହାତରେ ଝାଡୁଧରି ନିଷ୍ଠାପର ସହକାରେ ବଜାର ଘାଟ ସଫା କରୁଛନ୍ତି । ଘଣ୍ଟାଏ ଦୁଇଘଣ୍ଟା କାଳ ବଜାର ସଫାସୁତରା କରି ମଇଳାତକ ଦୁରକୁ ନେଇ ପକାଇବା ଏକ ନିତିଦିନିଆ କାର୍ଯ୍ୟ ହୋଇଯାଇଛି । ଗତ କିଛିଦିନ ତଳେ ସଫା କରୁ କରୁ ଏକ ଭଙ୍ଗା କାଚ ଜ୍ୟୋତ୍ସ୍ନାଙ୍କ ଗୋଡ କାଟିଦେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ । କିନ୍ତୁ ଗୋଡ ଟିକେ ଭଲ ହୋଇଯିବା ପରେ ପୁଣି ତାଙ୍କ କାମ ଆରମ୍ଭ କରିଦେଲେ । ଏଥିପାଇଁ କେହି ତାଙ୍କୁ କିଛି ପାଉଣା ଦିଅନ୍ତି ନାହିଁ । କିନ୍ତୁ ସେ ନିୟମିତ ରାସ୍ତାଘାଟ ସଫା କରିଚାଲିଛନ୍ତି । ତାଙ୍କର ଏପରି କାର୍ଯ୍ୟ ଅନ୍ୟ ମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି ସମାଜସେବୀ ଲାଲା ସ୍ୱାଇଁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.