Home କେନ୍ଦୁଝର ବଞ୍ଚୋରେ ରାମନବମୀ ଉତ୍ସବ ଓ ମା ବରାହୀଙ୍କ ଯଜ୍ଞ

ବଞ୍ଚୋରେ ରାମନବମୀ ଉତ୍ସବ ଓ ମା ବରାହୀଙ୍କ ଯଜ୍ଞ

34

ହାଟଡ଼ିହି-୨୨/୪, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ବଞ୍ଚୋ ଗ୍ରାମରେ ରାମନବମୀ ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ଗତକାଲିି ସକାଳୁ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ପ୍ରଭୁଙ୍କ ନିକଟରେ ଷୋଡଷ ଉପଚାର ପୁଜା କରାଯିବା ସହିତ ରାମାଭିଷେକ କରାଯାଇଥିଲା । ସେହିପରି ଗ୍ରାମର ଆରାଧ୍ୟଦେବୀ ମା ବରାହୀଙ୍କ ନିକଟରେ ଦଶମୀ ପୁର୍ଣ୍ଣାହୁତୀ ଯଜ୍ଞ ଅନୁଷ୍ଠିତ ହୋଇଛି । ପଣ୍ଡିତ ପ୍ରହଲାଦ ଶର୍ମା, ପଣ୍ଡିତ ଆନନ୍ଦ ଚନ୍ଦ୍ର ଦାଶ, ଜ୍ଞାନରଞ୍ଜନ ପାଢ଼ୀ, ନାରାୟଣ ପାଢ଼ୀ ପ୍ରମୁଖ ସମସ୍ତ ରିତୀନୀତି ମତେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥିରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିବାବେଳେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାିଛି । ଏହି କାର୍ଯ୍ୟକ୍ରମରେ ୨ଦିନ ଧରି ବିଭିନ୍ନ ଗ୍ରାମର ଭଜନ ମଣ୍ଡଳୀ ଦ୍ୱାରା ନାମସଂକିର୍ତ୍ତନ କାର୍ଯ୍ୟକ୍ରମ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.