Home କେନ୍ଦୁଝର ଅଧିକ ଯୌତୁକ ଦାବିରେ ବୋହୁକୁ ନିର୍ଯ୍ୟାତନା, ରାତିରେ ଧକ୍କା ମାରି ଘରୁ ତଡିଦେବା ଅଭିଯୋଗ

ଅଧିକ ଯୌତୁକ ଦାବିରେ ବୋହୁକୁ ନିର୍ଯ୍ୟାତନା, ରାତିରେ ଧକ୍କା ମାରି ଘରୁ ତଡିଦେବା ଅଭିଯୋଗ

171

ହାଟଡ଼ିହି-୨୨ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ମଙ୍ଗରାଜପୁର ଗ୍ରାମରେ ଅôଦକ ଯୌତୁକ ଦାବିକରି ଶାଶୁଘର ଲୋକମାନେ ବୋହୁକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାସହ ଗତକାଲି ରାତିରେ ଘରୁ ଧକ୍କାମାରି ବାହାର କରିଦେଇଥିବା ନେଇ ମହିଳା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ମହିଳା କରିଥିବା ଅଭିଯୋଗ ଅନୁଯାଇ ବେଗୁନିଆପଦି ଗ୍ରାମର ବିନୋଦ ବେହେରାଙ୍କ ଝିଅ ସନ୍ଧ୍ୟାରାଣୀ ବେହେରା ଗତ ୨୦୧୭ ମସିହାରେ ମଙ୍ଗରାଜପୁର ଗ୍ରାମର ମଦନ ରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ ବିବାହର ୬ମାସ ପରେ ଅଧିକ ଯୌତୁକ ଦାବିକରି ଶାଶୁ, ଶ୍ୱଶୁର, ନଣଦ ଓ ଯାଆ ଓ ଦେଢ଼ଶୁର, ସନ୍ଧ୍ୟାରାଣୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଅଧିକ ଯୌତୁକ ଦେବାକୁ ସନ୍ଧ୍ୟାରାଣୀଙ୍କ ବାପା ଅକ୍ଷମତା ପ୍ରକାଶ କରିବାରୁ ସନ୍ଧ୍ୟାରାଣୀଙ୍କ ଉପରେ ଅଧିକରୁ ଅଧିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏପରିକି ଏନେଇ ଦୁଇ ଦୁଇଥର ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ ମଧ୍ୟ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଇତିମଧ୍ୟରେ ସନ୍ଧ୍ୟାରାଣୀଙ୍କ ଏକ ଝିଅ ଥିବାବେଳେ ତାକୁ ମଧ୍ୟ ସେମାନେ ପିଟାମରା କରୁଥିଲେ । ଗତକାଲି ରାତିରେ ସେମାନେ ତାକୁ ମାରିଦେବାକୁ ଯୋଜନା କରୁôତବା ଜାଣିପାରି ପାଟି କରିବାରୁ ଶାଶୁ, ଶ୍ୱଶୁର, ନଣଦ ଓ ଯାଆ ପ୍ରମୁଖ ମିଶି ତାଙ୍କୁ ଓ ତାଙ୍କ ଝିଅକୁ ପିଟାମରା କରି ଘରୁ ବାହାର କରିଦେଇ ଘରର ତାଲା ପକାଇଦେଇଥିଲେ । ଫଳରେ ରାତିସାରା ସେହି ବାରଣ୍ଡାଷର ବସିବସି ରାତି କଟିବାପରେ ଆଜି ତାର ବାପଘରକୁ ଜଣାଇବା ସହିତ ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗ ପାଇବାପରେ ପୁଲିସ ଶାଶୁଘର ଲୋକମାନଙ୍କୁ ଡକାଇ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.