Home ଓଡ଼ିଶା ବଜ୍ରାଘାତରେ ଯୁବକ ମୃତ୍

ବଜ୍ରାଘାତରେ ଯୁବକ ମୃତ୍

125

ହରିଚନ୍ଦନପୁର,ତା ୮ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୋରଡି଼ଆମ୍ବ ପଞ୍ଚାୟତ କରଡ଼ାପାଳ ତଳସାହି ନିକଟରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ଗତ ବୁଧବାର ସନ୍ଧ୍ୟା ସମୟରେ ସମ୍ପର୍କୀୟ ବାହାଘରରେ ଯୋଗ ଦେବାପାଇଁ ଯାଇ ବଜ୍ରାଘାତରେ ଯୁବକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ମିଳିଥିବା ଖବର ଅନୁଯାୟୀ ହରିଚନ୍ଦନପୁର ଥାନା ଗୌଣିଘଷା ଗ୍ରାମର ରଞ୍ଜନ ଦେହୁରୀଙ୍କ ପୁଅ ପ୍ରହଲ୍ଲାଦ ଦେହୁରୀ (୨୮) ନିଜ ଶ୍ବଶୁରଘର କରଡାପାଳକୁ ଆସିଥିଲେ । ସେଠାରୁ ତଳସାହି ସମ୍ପର୍କିୟ ଘର ବାହାଘରରେ ଯୋଗ ଦେବାପାଇଁ ଯାଉଥିଲେ । ହେଲେ ଯିବା ସମୟରେ ଲଗାଣ ବର୍ଷା ସହ ବଜ୍ରାପାତ ଯୋଗୁଁ ଅଧା ରାସ୍ତାରେ ଜଣଙ୍କ ବାରଣ୍ଡାରେ ଅଟକି ରହିଥିଲେ । ହେଲେ ଅଚାନକ ବଜ୍ରାଘାତର ଶିକାର ହୋଇ ସେ ସେଠାରେ ଟଳି ପଡ଼ିଥିଲେ । ଏହି ଅବସ୍ଥାରେ ଦେଖି ସେଠାକାର ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.