Home ଓଡ଼ିଶା ଶୋଇଥିବା ଅବସ୍ଥାରେ ସାପ୍ କାମୁଡିବାରୁ ଦମ୍ପତି ମୃତ

ଶୋଇଥିବା ଅବସ୍ଥାରେ ସାପ୍ କାମୁଡିବାରୁ ଦମ୍ପତି ମୃତ

178

ହରିଚନ୍ଦନପୁର,ତା ୮ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡି଼ଆମ୍ବ ଗ୍ରାମ ପଞ୍ଚାୟତ କରଡ଼ାପାଳ ଗ୍ରାମରେ ବିଷଧର ସାପ୍ ଦଂଶନରେ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ ଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗତ ବୁଧବାର ଲଗାଣ ବର୍ଷା ଚାଲିଥିବା ବେଳେ ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ଅବସ୍ଥାରେ ବିଷଧର ସାପ ଦଂଶନର ଶିକାର ହୋଇ ନାଜିର୍ ମୁଣ୍ଡା(୫୦) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା(୪୮)ଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସକାଳ ସମୟରେ ପରିବାର ଲୋକେ ଦୁହିଁଙ୍କ ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ସ୍ବାସ୍ଥ୍ୟ କେନ୍ଦ୍ରରୁ ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାର ଖବର ପାଇ ଉଭୟ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.