Home ଓଡ଼ିଶା ବଜ୍ରପାତରେ ୧୭ଟି ଗୋରୁ ଙ୍କ ମୃତ୍ୟୁ,୩ଜଣ ଜଗୁଆଳି ଆହତ

ବଜ୍ରପାତରେ ୧୭ଟି ଗୋରୁ ଙ୍କ ମୃତ୍ୟୁ,୩ଜଣ ଜଗୁଆଳି ଆହତ

88

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାରେ ଘଡଘଡି ବିଜୁଳି ମାରି ପ୍ରବଳ ବର୍ଷା ହୋବା ସହ ବଜ୍ରପାତ ଘଟି ୧୭ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗାଇ ଜଗୁଆଳି ସାମନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ତେଲରାଇ ପଚାଂୟତ ଆଦିବାସୀ ଅଧ୍ୟୁଷିତ ସୁଧାକୋଣ୍ଡା ଗ୍ରାମର କିଛି ଲୋକଙ୍କ ଗାଇ ଗୋରୁ ନିକଟସ୍ଥ ପଡିଆକୁ ଘାଷ ଚରିବା ପାଇଁ ଯାଇଥିଲେ । ହଟାତ ଘଡ ଘଡି ମାରି ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା,ବର୍ଷାରେ ଗୋରୁ ଗୁଡିକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇ ଯାଇଥିଲେ ବଜ୍ରପାତ ଆଘାତରେ ରୁଣ୍ଡ ହୋଇ ଥିବା ୧୭ଟି ଗୋରୁ ଙ୍କର ଘଟଣାସ୍ଥଳରେ ମୃତ୍ୟୁଘଟିଥିବା ବେଳେ ସେମାନଙ୍କୁ ଜଗିଥିବା ୩ଜଣ ଗ୍ରାମବାସୀ ବଜ୍ରପାତରେ ଅଚେତ ହୋଇ ସାମନ୍ୟ ଆହତ ହୋଇପଡିଥିଲେ ।କିଛି ସମୟପରେ ସେମାନଙ୍କ ଚେତା ଫେରି ଆସିବାରୁ ନିକଟରେ ୧୭ଟି ଗୋରୁ ମରିପଡିଥିବାର ଦେଖି ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ । ସୁଧାକୋଣ୍ଡା ଗ୍ରାମର ଦେବା କବାସୀ,ମାଲା କବାସ.ଗାଙ୍ଗି ମାଡକାମି ଙ୍କର ଗୋରୁ ଗୁଡିକ ବଜ୍ରପାତରେ ମରିଥିବାରୁ ସେମାନେ ପ୍ରାଣୀଚିକିତ୍ସାଅଧିକାରୀ ଙ୍କୁ ଜଣାଇଥିଲେ । ଆଜି ସକାଳେ କାଲିମେଳା ଗୋଷ୍ଟି ପ୍ରାଣୀ ଚିକିତ୍ସାଳୟ ର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ.ଯଶୋବନ୍ତ କୁମାର କୁମୁଟି,ଡ.ଅମିୟଲାଲ ପାତ୍ର, ଘଟଣା ସ୍ଥଳରେ ପହଁଚି ମୃତ ଗୋରୁ ମାନଙ୍କର ଶବବ୍ୟବଛେଦ କରିଛନ୍ତି । ଏକା ସଙ୍ଗେ ୧୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିବାରୁ ସୁଧାକୋଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି, ମୃତ ଗୋରୁଙ୍କ ମାଲିକ ମାନେ ଅତ୍ୟନ୍ତ ଗରିବ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.