Home ଓଡ଼ିଶା ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ଜଣ ଯୁବକ ଗିରଫ ।

ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ଜଣ ଯୁବକ ଗିରଫ ।

56

ମାଲକାନଗିରି,୧୨ା୯ (ଓଡିଆ ପୁଅ) ଚାକିରି କରାଇଦେବା ନାମରେ ମାଲକାନଗରି ଜିଲ୍ଲା ର କିଛି ମହିଳା ଯୁବତୀ ଓ ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇ ଜାଲ ନିଯୁକ୍ତି ପତ୍ର ଦେବା ଅଭି ଯୋଗରେ ଆଜି ମାଲକାନଗରି ପୁଲିସ ଦୁଇଜଣ ଠକଙ୍କୁ ଗିରଫ କରିଛି । ଏହି ଠକ ଙ୍କ ନାମରେ ମାଲକାନଗିରି ଥାନାରେ ଠକେଇ ଓ ଜୀବନରୁ ମାରିଦେବା ଧମକ ସଂପର୍କରେ ତିନୋଟି କେସ ରୁଜୁ ହେବାପରେ ଏସପି ପ୍ରହ୍ଲାଦ ସାଇ ମୀନା ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନକରାଯାଇ ଏହି ଠକ ମାନଙ୍କୁ ଖୋଜା ଆରମ୍ଭ କରାଯାଇଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଚଢକରି ଅଭିଯୁକ୍ତ ସଦନ ପାଙ୍ଗି ଓ ସୁଧିର ପାଣିଙ୍କୁ ଗିରଫ କରିଛନ୍ତି । ସଦନ ପାଙ୍ଗି ଙ୍କ ନିଜଘର କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଚଂଳରେ ସେ ଗତ କିଛି ବର୍ଷହେଲା ମାଲକାନଗରି ବୁଟିଗୁଡା ଗ୍ରାମରେ ଘର ଭଡା ନେଇ ରହୁଥିଲେ । ସୁଧିର ପାଣିଙ୍କ ନିଜ ଘର ଗଜପତି ଜିଲ୍ଲାରେ ସେ ରାୟଗଡା ଜିଲ୍ଲାରେ ରହୁଥିଲେ । ଏ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଥିଲା । ଏମାନେ ମାଲକାନଗରି ,କୋରାପୁଟ,ରାୟଗଡା, ନବରଙ୍ଗପୁରୁ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ଯାଇ ସେଠାକର ଅର୍ଦ୍ଦଶିକ୍ଷିତ ଯୁବକ ଯୁବୀ, ମହିଳା ମାନଙ୍କୁ ମୋହାରା ବନାଉଥିଲେ । ବିଭିନ୍ନ ସ୍ଥାନରେ ଚାକିରୀ ଯୋଗାଇଦେବା କହି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଉଥିଲେ । ବିଶେଷ କରି ଗତ କିଛିମାସ ତଳେ ସଦନ ପାଙ୍ଗି ମାଲକାନଗରି ଜିଲ୍ଲାର ତିନିଜଣ ଙ୍କୁ ଚାକିରୀ ଦେବା ନାମରେ ଲ କ୍ଷାଧିକ ଟଙ୍କା ଠକିଥିଲେ । ସେମାନଙ୍କୁ ନକଲି ନିଯୁକ୍ତି ପତ୍ର ଦେବାରୁ ଏହିଠକେଇ ଘଟଣା ପଦାକୁ ଆସିଥିଲା । ଟଙ୍କା ଦେଇଥିବା ତିନିଜଣ ମାଲକାନଗରି ଥାନାରେ ଅଭିଯୋଗ କରିବାର ୨୪ ଘଟାଂ ମଧ୍ୟରେ ପୁଲିସ ତଦନ୍ତ କରି ଏହି ଠକ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସଦନ ପାଙ୍ଗି କେବଳ ମାଲକାନଗିରି ଜିଲ୍ଲାରୁ ଚାକାରି ଦେବା ନାମରେ ୧୦ଲକ୍ଷ ଟଙ୍କା ଠକିନେଇଥିବାର ପୁଲିସ କହିଛି ।
ମାଲକାନଗିରି ଥାନାସ୍ଥ ପୁଟୁ ଗାଁର ସଦନ ପୁଟିଆ ଙ୍କ ଭଉଣୀ ଅମିତା ପୁଟିଆ ଙ୍କୁ ମେଡିକାଲରେ ଚାକିରୀ କରାଇଦେବା କୁ କହି ମାଲକାନଗିରି ବୁଟିଗୁଡା ସାହିରେ ରହୁଥିବା ସଦନ ପାଙ୍ଗି ୮୫ହଜାର ଟଙ୍କା ଠକିନେଇଛନ୍ତି ।ତାର କିଛି ଦିନପରେ ସଦନ ପାଙ୍ଗି ଏକ ନିଯୁକ୍ତିପତ୍ର ଦେଇଥିଲେ । ସେହି ନିଯୁକ୍ତି ପତ୍ର ନେଇ ହସପିଟାଲକୁ ଯିବାରୁ ଏହା ଏକ ଜାଲିଆତି ନିଯୁକ୍ତି ପତ୍ର ବୋଲି ଜଣାପଡିଥିଲା । ଏହା ଜାଣିବାପରେ ସଦନ ପୁଟିଆ ଏମିତି କାହିଁକି ଠକାଇଲ ମୋ ଟଙ୍କା ଫେରାଇଦିଅ ବୋଲି ସଦନ ପାଙ୍ଗିକୁ କହିବାରୁ ସେ ଗାଳିଗୁଲଜ କରି ଜୀବନରୁ ମାରିଦେବେ ବୋଲି ଧମକ ଚମକଦେଇଥିଲେ । ଜୀବନ ଭୟରେ ସଦନ ପୁଟିଆ ମାଲକାନଗରି ଥାନାରେ ଏହି ଠକେଇ ସଂପର୍କରେ ଏତଲା ଦେବା ପରେ ପୁଲିସ ଦତନ୍ତ ଆରମ୍ଭ କରିଥିଲେ । ଠିକ ସେହିପରି ମାଲକାନଗରି ବ୍ଲକସ୍ଥ ଥାପାଗୁଡା ଗ୍ରାମର ଧନେଶ୍ୱର ପୂଜାରୀ ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କୁ ଚାକିରି କରାଇଦେବା କୁ କହି ସଦନପାଙ୍ଗି ୫୦ହଜାର ଟଙ୍କା ଠକିନେଇଛନ୍ତି ।ଧନେଶ୍ୱର ଙ୍କ ସ୍ତ୍ରୀ ଙ୍କୁ ଡିଆରଡିଏ ଅଫିସରେ କରିଣୀ ଚାକିରୀ ଯୋଗାଇଦେବେ କହିଥିଲେ,ଏଥି ପାଇଁ କିଛି ଟଙ୍କା ଲାଗିବ କହି ପ୍ରଥମେ ୧୦ହଜାର ତାପରେ ୪୦ହଜାର ମୋଟ ୫୦ ହଜାରଟଙ୍କା ନେଇ ଯାଇ ଏକ ନିଯୁକ୍ତି ପତ୍ର ଦେଇଥିଲେ । ଧନେଶ୍ୱର ସେହି ନୁଯୁକ୍ତି ପତ୍ର ଧରି ଡିଆରଡିଏ ଅଫିସକୁ ଗଲାପରେ ଏହା ନକଲି ନିଯୁକ୍ତି ପତ୍ର ବୋଲି ଜଣାପଡିଥିଲା । ତାପରେ ସଦନ ପାଙ୍ଗିଙ୍କୁ ଭେଟି ମୋ ଟଙ୍କା ଫେରାଇଦିଅ କହିବାରୁ ସଦନ ଧନେଶ୍ୱରଙ୍କୁ ଗାଳି ଗୁଲିଜ କରି ଧମକ ଚମକ ଦେଇ ଡରାଇ ବିଦା କରିଦେଇଥିଲେ । ଏ ସଂପର୍କରେ ଧନେଶ୍ୱର ସଦନ ପାଙ୍ଗି ଙ୍କ ନାମରେ ମାଲକାନଗରି ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲାରୁଜୁକରି ତଦନ୍ତ ଆରମ୍ଭ କରିଦେଇଥିଲେ । ଠିକ ସେହିପରି ସିନ୍ଧିବାଡି ଗ୍ରାମର ନରେନ୍ଦ୍ର ପଡାଲ ଙ୍କୁ ଚାକିରି କରାଇଦେବା କହି ୮୦ହଜାର ଟଙ୍କା ଠକିନେଇ ଥିବାର ମାଲକାନଗରି ଥାନାରେ ଅଭିଯୋଗ ହୋଇଥିଲା ।ଗତ ୯ତାରିଖ ଓ ୧୦ତାରିଖ ଦୁଇଦିନ ମଧ୍ୟରେ ଚାକିରି ଦେବା କହି ଲକ୍ଷାଧିକ ଟଙ୍କା ଠକାଇ ନେବାର ଅଭିଯୋଗ ମାଲାକନଗିରି ଥାନାରେ ହେବାପରେ ପୁଲିସ ତନାଘନା ତଦନ୍ତ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.