Home ଓଡ଼ିଶା ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ : ପ୍ରାଣରକ୍ଷା ପାଇଁ ଗୋବରରେ ପୋତିଥିଲେ ପରିବାର ଲୋକେ

ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ : ପ୍ରାଣରକ୍ଷା ପାଇଁ ଗୋବରରେ ପୋତିଥିଲେ ପରିବାର ଲୋକେ

279

ପାଟଣା ୮-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ମାଛଗଡ ପଞ୍ଚାୟତ ଦୁଧନାଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବଜ୍ରପାତରେ ଗ୍ରାମର ଜଣେ ବୃଦ୍ଧ ପାଣ୍ଡୁ ମୁଣ୍ଡା ଗୁରୁତର ହୋଇଥିଲେ। ହସ୍ପିଟାଲ ନେବାକୁ ପରିବାର ଲୋକେ ୧୦୮ କୁ ବାରମ୍ବାର କଲ କରିଥିଲେ କିନ୍ତୁ ଫୋନ ନଲାଗିବାରୁ ପ୍ରାଣରକ୍ଷା ପାଇଁ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ଥିବା ବୃଦ୍ଧଙ୍କୁ ପରିବାର ଲୋକେ ଗୋବର ଭିତରେ ପୋତିଥିଲେ। ପରେ ଅଗ୍ନିଶମ ବାହୀନି ସହାୟତାରେ କରଞ୍ଜିଆ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମିଳିଥିବା ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ଦୁଧନାଳି ଗ୍ରାମର ପାଣ୍ଡୁ ମୁଣ୍ଡା ନିଜ ଘର ବାରଣ୍ଡାରେ ଥିବା ସମୟରେ ଘନଘନ ବଜ୍ରପାତ ହୋଇଥିବା ବେଳେ ସେ ବଜ୍ରପାତ ର ଶିକାର ହୋଇ ଗୁରୁତର ହୋଇଥିଲେ।୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ ଫୋନ୍ ନ ଲାଗିବାରୁ ଗୋବରରେ ପୋତି ଦେଶି ଚିକିତ୍ସା କରିଥିଲେ ମଧ୍ୟ ମେଡିକାଲରେ ପାଣ୍ଡୁଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.