Home କେନ୍ଦୁଝର ବଜ୍ରପାତରେ ଦୁଇ ଗାଈ ମୃତ

ବଜ୍ରପାତରେ ଦୁଇ ଗାଈ ମୃତ

43

ହାଟଡିହି, ୨୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲକି ଗ୍ରାମରେ ବଜ୍ରପାତ ଘଟି ଦୁଇଟି ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଗତକାଲି ଅପରାହ୍ନରେ ବର୍ଷା ସହିତ ଘଡଘଡି ହୋଇଥିଲା । ଆତୁ ପୁର୍ତ୍ତୀଙ୍କ ଦୁଇଟି ଗାଈ ଚରିବାକୁ ଜଂଗଲକୁ ଯାଇଥିବାବେଳେ ଗାଈ ଦୁଇଟି ଫେରି ନଥିଲେ । ବର୍ଷା ଛାଡିବାପରେ ପରିବାର ଲୋକେ ଗାଈ ଖୋଜିବାକୁ ଗଲା ବେଳକୁ ଦୁଇଟିଯାକ ଗାଈ ଜଂଗଲରେ ମରି ପଡିଥିବା ଦେଖିବାକୁ ପାଇଥିଲେ । ଆତୁପୁର୍ତ୍ତୀ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.